pakka

କରାଟେ ସ୍କୁଲରେ ଗୁରୁ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଡ ସମାରୋହରେ ଗୁରୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀମାନେ କୋଚ ଅସୀମ ଭୋଇଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିରେ ସାଇଶ୍ରୀୟା ମହାକୁର, ଆରବ ତ୍ରିପାଠି, ରୁଦ୍ରାକ୍ଷ ମେହେର, ଅଭିପ୍‌ସା ଦଲାଇ, ରୁଦ୍ର ନାରାୟଣ ପଣ୍ଡା, ତ୍ରିଲୋକେଶ ଶତପଥି, ପ୍ରାଚୀ ବେହେରା, ଗୁଣବନ୍ତ ସିଂ ମାଝି ଓ ଶ୍ରୀୟାଂଶ ସିଂ ଭଞ୍ଜ ଗୁରୁ ଦିବସ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ କୋଚ ଅସୀମ ଭୋଇ ନିଜ ବକ୍ତବ୍ୟରେ ଶୃଙ୍ଖଳିତ ଛାତ୍ରଛାତ୍ରୀ ହେବା ସଙ୍ଗେ ସଙ୍ଗେ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ କରାଟେ ସ୍କୁଲର ଅଭିଭାବକ ମଣ୍ଡଳୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × three =