pakka

ଗୋପବନ୍ଧୁ ପାଠାଗାରରେ ଗୁରୁଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ପାଠାଗାରର ସଭାପତି ଇଂ ନବଘନ ସାହୁଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ୱ ତଥା ଉପସଭାପତି ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର ଉପସଭାପତି ତଥା ଏନଆଇଟିର ପ୍ରଫେସର ଡ. ସୁସ୍ମିତା ଦାସ ମୁଖ୍ୟ ଅତିଥି, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଓ ଓଡିଶା ସାହିତ୍ୟ ଏକାଡ଼େମୀର ସଭ୍ୟ ରାଜୀବ ପାଣି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଆଜିର ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କର ବକ୍ତବ୍ୟରେ କହିଲେ ଯେ, ସେ ବିଦ୍ୟା ଅଧ୍ୟୟନ କଲେ ନମ୍ରତା ତଥା ବିନୟ ଭାବ ପ୍ରକାଶ ପାଏ । ମଣିଷ ବିନୟ ଭାବ ଦ୍ୱାରା ସମାଜରେ ଆଦୃତ ହୁଏ । ସଂପ୍ରତି ଗୁରୁ ଶିଷ୍ୟ ପରମ୍ପରାର ଅବକ୍ଷୟ ଘଟି ଚାଲିଛି । ଗୁରୁ ହେଉଛନ୍ତି ଅନ୍ତଦୃଷ୍ଟି ଋଷି । ଶିକ୍ଷକମାନେ ମନୋବୈଜ୍ଞାନିକ । ଗୁରୁ ଓ ଶିକ୍ଷକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିବା ବେଳେ ଗୁରୁ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଦରକାର । ଏହି ଅବସରରେ ଶିକ୍ଷାବିତ ରଶ୍ମି ବାଳା ରାଉତରାୟଙ୍କୁ ଅଜିତ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସଂଯୋଜକ ଶ୍ରୀ ଦାସ ଗୁରୁଦିବସ ପାଳନ ଓ ଏହାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମକର୍ତ୍ତା ଗଣ, ସାହିତ୍ୟିକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ।

Leave A Reply

Your email address will not be published.

two × three =