pakka

ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ । ଏଥିପ୍ରତି କିଏ ଧ୍ୟାନ ଦେଉନାହାଁନ୍ତି । ଦୀର୍ଘ ସମୟଧରି ଆଜି ଖରାବେଳଠାରୁ ଅପରାହ୍ନ ଯାଏଁ ପଡିଥିଲା ଏହି ଶବ । ମ୍ୟୁନିସିପାଲ କର୍ତ୍ତୃପକ୍ଷ, ପୋଲିସ ବିଭାଗ, ସ୍ୱାସ୍ଥ୍ୟବିଭାଗକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । ଜଣେ ଅଚିହ୍ନା ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା କୁହାଯାଏ । କୌଣସି ଲୋକ କିମ୍ବା ପୋଲିସ ଆବଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି । ପୋଲିସ ମନା କରୁଥିବା ବେଳେ ଉପସ୍ଥିତ ଲୋକମାନେ ଅଭିଯୋଗ କରିବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଲେ ମଧ୍ୟ କେହି ଶୁଣିଲେ ନାହିଁ । କିଛି କରିପାରିବୁ ନାହିଁ ବୋଲି ଏ ସବୁ ବିଭାଗ ଜଣାଇଥିଲେ । କିନ୍ତୁ ଶବ ସନ୍ଧ୍ୟାସୁଦ୍ଧା ପଡିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

sixteen + 9 =