jsm

ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସ୍ଵାସ୍ଥ୍ୟଶିକ୍ଷାର ଭୂମିକା ଅତୁଳନୀୟ : ଡାକ୍ତର ବିଶ୍ଵରଂଜନ ପତି

csstore

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସ୍ଵାସ୍ଥ୍ୟଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସ୍ଵାସ୍ଥ୍ୟଶିକ୍ଷାର ଭୂମିକା ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ । ଅତିଥି ଭାବେ ଯୋଗଦେଇ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର ଗୋଷ୍ଠୀସ୍ତରରେ ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଲୋକଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ ପାଇଁ ଆତ୍ମିୟତା ସହ ପ୍ରୟାସ ଜାରୀ ରଖିବାକୁ ପ୍ରବର୍ତ୍ତାଇଥିଲେ । ଏହି ଅବସରରେ ୟୁନିସେଫ ଦ୍ଵାରା ପ୍ରଦତ୍ତ ପିକୋ ପ୍ରଜେକ୍ଟର, ମେଗାଫୋନ ଓ ଜ୍ୟୁକ୍ ବକ୍ସ୍ ବିଭିନ୍ନ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟ ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଇଥିଲା । ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶେଷଦେବ ଥନାପତି, ମାଝିଗୌରୀ ପାତ୍ର, ଅମିତା ଚାନ୍ଦ, ସ୍ଵର୍ଣ୍ଣପ୍ରଭା ଜୁଏଡ୍, ଶାନ୍ତ୍ଵନୁ ମେହେର ଓ ତାପସ ରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅତିଥିଙ୍କ ଠାରୁ ଉପକରଣ ସବୁ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ ଅଧିକାରୀ(ପରିବାର କଲ୍ୟାଣ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.