jsm

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପାର ଶକ୍ତି ପ୍ରଦର୍ଶନ ବୁଥ୍‌ ବିଜୟ ସମାବେଶ

csstore

ଗଞ୍ଜାମ, ( ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ନଜରରେ ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବୀ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ରଣନୀତି ଆରମ୍ଭ କରିଦେଇଛନ୍ତି । ଏନେଇ ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ କୁଶପଲ୍ଲି ମା’ ଚାମୁଣ୍ଡା ମନ୍ଦିର କଲ୍ୟାଣ ମଣ୍ଡପରେ ବୁଥ୍‌ ବିଜୟ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଭାଜପା ଜିଲ୍ଲା ସଭାପତି ଡ଼କ୍ଟର ସୁବାଷ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଏସି ମୋର୍ଚ୍ଚା ସଭାପତି କୀର୍ତନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପାର୍ଥି କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ପ୍ରଦୀପ କୁମାର ପାତ୍ର, ରାଜ୍ୟ ମହିଳା ମୋର୍ଚା ତଥା ରାଜ୍ୟ ସମ୍ପାଦିକା, ଓକିଲ ବାର ଆସୁଏସନ୍‌ ସଭାପତି ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସଂଯୋଜକ ପଦ୍ମ ସାହୁ, ବ୍ଲକ ପୂର୍ବତନ ଉପାଧ୍ୟାକ୍ଷ ପ୍ରଭାକର ନାହାକ, ବୁଥ୍‌ ଇନଚାର୍ଜ ସୁରେଶ ରେଡି, ବିସ୍ତାରକ ଆଲୋକ କୁମାର ମହାନ୍ତି, ସଂଯୋଜକ ବସନ୍ତ କୁମାର ବେହେରା, ଭିକାରି ପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ସମିତି ସଭ୍ୟା ମାମି ଦାସ, ଯୁବ ମୋର୍ଚା ସଭାପତି ଟୁକୁନା ସାହୁ ପ୍ରମୁଖ ଭାଜପା ଆଗଧାଡିର ନେତା ମଂଚାସୀନ ଥିଲେ । ଦୀର୍ଘ ୨୫ ବର୍ଷ ଧରି ଶାସନର କ୍ଷମତାରେ ଥିବା ବିଜେଡି ସରକାର ଓଡିଶା ବାସୀଙ୍କୁ ଠକି ଚାଲିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ସ୍ୱାସ୍ଥ୍ୟ ସେବା ଓ ଆଇନ ଶୃଙ୍ଖଳା ଭୁଷୁଳି ପଡିଛି । ଗରିବ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ବିଫଳ ହୋଇଛନ୍ତି । ଚାଷୀଙ୍କ ପାଇଁ ଜଳ ସେଚନର ବ୍ୟବସ୍ଥା ଆଣି ପାରିନାହାନ୍ତି । ରେସନ୍‌ କାର୍ଡ ଦୁର୍ନୀତି ହୋଇଥିବା ବେଳେ ଏହି ସରକାର ପିସି କାରବାରରେ ବ୍ୟସ୍ତ ରହୁଥିବା ଭାଜପା ନେତାମାନେ ଅଭିଯୋଗ କରିଛନ୍ତି । ସାଂସଦ ଥରେ ହେଲେ ଗଞ୍ଜାମ ବ୍ଲକ ଆସି ଲୋକଙ୍କ ସମସ୍ୟା ଶୁଣି ନଥିବା ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଲୋକାଭିମୁଖୀ ଯୋଜନାକୁ ନେଇ ଚଳିତ ନିର୍ବାଚନରେ ବିଧାୟକ ପାର୍ଥି ଓ ସାଂସଦ ପାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଆହ୍ୱାନ ଦିଆଯାଇଛି । ବିଜେପିର ଏକ ଅସନ୍ତୁଷ୍ଟ ଗୋଷ୍ଠି ଏହି ସମାବେଶରେ ଯୋଗ ଦେଇ ନଥିବା ଦେଖିବାକୁ ମିଳିଥିଲା । ବିଜେପି ଏକ ଶୃଙ୍ଖଳିତ ଦଳ । କିଛି କୁଚକ୍ରୀ ଗୋଷ୍ଠୀ ନିର୍ବାଚନ ଆସିଲେ ନିଜ ସ୍ୱାର୍ଥ ପାଇଁ ଦଳକୁ ବଦନାମ କରୁଛନ୍ତି । ସେମାନଙ୍କ ହାତରେ ଭୋଟ ନାହିଁ କେବଳ କିଛି ପାଇବା ଆଶାରେ ଏଭଳି ହିନ କାର୍ଯ୍ୟ କରି ଆସୁଥିବା ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦଳକୁ ବିଭାଜନ କରିବାକୁ ଯେଉଁମାନେ ଉଦ୍ୟମ କରୁଛନ୍ତି ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ବରିଷ୍ଠ ଭାଜପା ନେତା କୀର୍ତନ ଦାସ କହିଛନ୍ତି । ଚଳିତ ନିର୍ବାଚନରେ ଭାଜପା ବହୂ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଜିଲ୍ଲା ସଭାପତି ସାହୁ କହିଛନ୍ତି ।

yuvodaya
Leave A Reply

Your email address will not be published.