pakka

ନୂଆପଡ଼ା ଆସନରେ ସ୍ୱାଧୀନ ପ୍ରାର୍ଥୀ ଅଙ୍କ ବିଗାଡ଼ିବେ କି ?

bbehera

ନୂଆପଡା, (ନିରାକାର ମେହେର) : ଚଳିତ ସାଧାରଣ ନିର୍ବାଚନରେ ନୂଆପଡା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ନିଜ ଗଡ଼ ସଜାଡ଼ିବାରେ ଲାଗି ପଡିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରୁ ଏଥର ମନ୍ତ୍ରୀ ତଥା ବିଜେଡିର ଭେଟେରାନ୍‌ ନେତା ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ଟିକଟ୍‌ ପାଇଥିବା ବେଳେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଖୋଦ୍‌ ପିସିସି ସଭାପତି ଶରତ ପଟନାୟକ ଅଛନ୍ତି । ବିଜେପିରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଛିଡା ହୋଇଛନ୍ତି । ଅନ୍ୟପଟେ ତିନି ପ୍ରମୁଖ ଦଳ ବିରୋଧରେ ରାଜନୀତିରେ ଅଭିଜ୍ଞତା ଥିବା ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଆଦିବାସୀମାନଙ୍କୁ ନେଇ ଅଙ୍କ କଷୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟ ସଂଖ୍ୟା ଅଧିକ ଥିବା ବେଳେ ଏଥର ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ବଡ଼ ଆଶା ନେଇ ପ୍ରତିଦିନ ଆଦିବାସୀଙ୍କୁ ଏକତ୍ରିତ କରୁଥିବା ଦେଖିବାକୁ ମିଳିଛି । ୨୦୧୯ ନିର୍ବାଚନରେ ଏହି ନିର୍ବାଚନରୁ ଦୁଇ ଆଦିବସୀ ନେତା କଂଗ୍ରେସ ଓ ବିଜେପିରୁ ପ୍ରତିନିଧିତ୍ୱ କରିଥିବା ବେଳେ ଜେନେରାଲରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ଆସନରେ ଜିତ୍‌ ହାସଲ କରିଥିଲେ । ଏଥର ଦୁଇ ଆଦିବାସୀ ନେତା ଏକ ହୋଇ ନିର୍ବାଚନ ମୈଇଦାନରେ ଓହ୍ଲାଇଛନ୍ତି । ଅନ୍ୟପକ୍ଷେ ସ୍ୱାଧୀନ ପ୍ରାର୍ଥୀ ଦିନକୁ ଦିନ ବଳ ଗୋଟାଉଥିବା ଚର୍ଚ୍ଚା ହେଉଛି । ସେହିପରି ଉଭୟ ବିଜେଡି ଓ ବିଜେପି ଦଳ ତରଫରୁ ମଧ୍ୟ ବିଧାୟଜ ପ୍ରାର୍ଥୀମାନେ ପ୍ରତିଦିନ ଜନସମ୍ପର୍କ ଯାତ୍ରା ଆରମ୍ଭ କରିଛନ୍ତି । ଅପରପକ୍ଷେ କଂଗ୍ରେସ କର୍ମୀମାନେ କାଁଭାଁ ପ୍ରଚାର କରୁଛନ୍ତି, ହେଲେ ପିସିସି ସଭାପତି ଶରତ ପଟନାୟକଙ୍କ ଦେଖା ନାହିଁ । ଶରତ ପୁରୁଣା କର୍ମୀଙ୍କୁ ନେଇ ଯାହା ଆଶା କରୁଛନ୍ତି, ସେଭଳି ସ୍ଥିତିରେ ନଜର୍‌କୁ ଆସୁନାହାନ୍ତି କର୍ମୀ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ବିଜେଡି ଏଠାରେ ଓବିସି କାର୍ଡ ଖେଳିଥିଲା । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡା ପ୍ରାର୍ଥୀ କରିଥିଲା । ବିଜେପିକୁ ଏହି ଆସନରେ ୧୭.୮୬% ଓ କଂଗ୍ରେସକୁ ୨୭.୪୪ % ଭୋଟ୍ ମିଳିଥିବାବେଳେ ବିଜେଡି ୩୯.୭୫% ପ୍ରତିଶତ ଭୋଟ୍‌ରେ ବିଜୟୀ ହୋଇଥିଲା । ମନ୍ତ୍ରୀ ଓବିସି ମୋର୍ଚା ଓ ଅନ୍ୟମାନଙ୍କ ଯୋଗଦାନରୁ ବିଜେଡି ଦଳ ଏଠାରେ ସଫଳ ହୋଇଥିଲା । ଏମିତିକି ବିଜେଡି, ବିଜେପି, କଂଗ୍ରେସ ଦଳରୁ ଟିକେଟ୍ ନପାଇ ନିରାଶ ହୋଇଥିବା ଏକାଧିକ ଆଶାୟୀ ଲୁଚାଛପାରେ ବିଦ୍ରୋହ କରି ସାରିଥିବାରୁ ତାହା ନବାଗତା ଶ୍ରୀ ମାଝୀଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.

eleven + seventeen =