pakka

ମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମେ ୨୦ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥ୍‌କୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ କରାଉଛି । ଏହି ପରିପେକ୍ଷୀରେ ମାଟିର ପାତ୍ରରେ ନିଶ୍ଚିତ ଭୋଟ୍‌ ଦେବାସହ ୨୦ ମେ ମତଦାନ କେନ୍ଦ୍ରକୁ ଆସିବାକୁ କୁହାଯାଉଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ନିର୍ଦେଶାନୁକ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ଵାରା ନିର୍ବାଚନରେ ସମସ୍ତ ମତଦାତା ସାମିଲ ହୋଇ ଅବାଧ, ନିରପେକ୍ଷ, ସ୍ଵଛ ଭାବେ ମତଦାନ କରିବାକୁ ପ୍ରଶାସନର ଲକ୍ଷ ରହିଥିବା ବେଳେ ନିଜର ମୁଲ୍ୟବାନ୍‌ ଭୋଟ୍‌ ଦେବାକୁ ଆସିବାକୁ ଗୁହାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଓର୍ମାସ ସିଏଇଓ କମଳେନ୍ଦୁ ପାଲ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ଵିବେଦୀ ଓ ଜିଲ୍ଲାପରିଷଦ ଅଫିସର କର୍ମଚାରୀ ପ୍ରମୁଖ ଉପସ୍ତିତ ଥିଲେ ।

Leave A Reply

Your email address will not be published.

11 − six =