jsm

ମା’ ସୁନାଦେଇଙ୍କ ଆଶୀର୍ବାଦ ନେଇ ସାଧୀନ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

csstore

ନୂଆପଡା, ( ନିରାକାର ମେହେର) : ନିର୍ବାଚନମଣ୍ଡଳୀରେ ସାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଥିବା ଘାସିରାମ ମାଝି ସମର୍ଥକଙ୍କ ସହ ସୋମବାର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ଆଶୀର୍ବାଦ ଭୀକ୍ଷା କରି ପ୍ରଚାର ଆରମ କରିଛନ୍ତି । ସୁନାଦେଇଙ୍କ ଆଶୀର୍ବାଦ ଭିକ୍ଷା ପରେ ଅଡାର, ସୋସେଙ୍ଗ, ରୁପିଆମ୍ବ ଦେଇ ପ୍ରଚାର ଆରମ୍ଭ କରିଛନ୍ତି । ନୂଆପଡା ପୂର୍ବତ୍ତନ ଜିଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି ଦୀର୍ଘ ବର୍ଷରୁ କଂଗ୍ରେସ ସହ ଯୋଡି ହୋଇ ସକ୍ରିୟ ନେତା ଭାବେ କାର୍ଯ୍ୟ କରୁଥିଲେ ଓ ସଂଗଠନଙ୍କୁ ମଜଭୁତ କରି ରଖିଥିଲେ । ୨୪ବର୍ଷର ବିଜେଡି ଓ ୯ବର୍ଷର ଭାରତୀୟ ରତୀୟ ଜନତା ପାର୍ଟି ଆଦିବାସୀମାନଙ୍କୁ ଅଣଦେଖା କରି ବିକାଶ ଉପରେ କୌଣସି ପଦକ୍ଷେ ନେଲେ ନାହିଁ । ଶିକ୍ଷା, ସାସ୍ଥ୍ୟ, ଗମାନା ଜନୈତିକ ଗମନ କଥା ଦୁରେ ଥାଉ ରାଜ କ୍ଷେତ୍ରରେ ମଧ୍ୟ ଅଣଦେଖା କରାଯାଇଛି ରାଜ୍ୟରେ ପ୍ରଚଳିତ ୩ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଓ କଂଗ୍ରେସ ଆଦିବାସୀଙ୍କୁ ଅଣଦେଖା କରି କୌଣସି ଦଳରେରେ ପ୍ରାର୍ଥୀ ଭାବେ ଘୋଷଣା କଲେନାହିଁ ଆଦିବାସୀମାନଙ୍କୁ ଅଣଦେଖା କରି କୌଣସି ଦଳ ପ୍ରାର୍ଥୀ ଦେଇ ନଥିବାରୁ ବିରୋଧ କରି ଆଦିବାସୀ କଲ୍ୟାଣ ସଂଘ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରି ଏକତ୍ରିତ ହେବାରେ ଲାଗିଛନ୍ତି । ଆଦିବାସୀ ସାଧୀନ ପ୍ରାର୍ଥୀ ଜାତୀୟ ଦଳ ପାଇଁ ଭାରି ପଡିବ ବୋଲି ରାଜନୈତିକ ସମିକରଣମାନେ ମତ ଦେଉଛନ୍ତି । ଏହି ସମୟରେ ଶବର ସମାଜ ସଭାପତି ସୋମନାଥ ଖମାରି, ଗଣ୍ଡ ସମାଜ ସଭାପତି ଦିବ୍ୟସିଂ ମାଝି, ଖାମସିଂ ମାଝି, ଭାନୁ ପ୍ରତାପ ସିଂ ମାଝି, ହରିସିଂ ମାଝି, ସରୋଜିନି ମାଝି, ସୁନାଦେଇ ଝାଙ୍କର ବିଶ୍ରାମ ଛତ୍ରିଆ, ଯୁବରାଜ ଛତ୍ରିଆ, ବିରଂଚିବାର , କୈଳାସ ବାଗ, ଦେବରାଜ ତାଣ୍ଡି, ଗୌତମ ମାଝି ଓ ୧୧ ପ୍ରକାର ଜାତିର ଆଦିବାସୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.