mahavir

ଆଧୁନିକ ସାହିତ୍ୟ, ଶିଶୁ ମନସ୍ତାତ୍ତ୍ୱିକ ନୁହେଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ ‘ଆଧୁନିକ ସାହିତ୍ୟରେ ଶିଶୁ ମନସ୍ତତ୍ତ୍ୱ’ ଉପରେ ଆଲୋକପାତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ତୁଳନାତ୍ମକ ଚିତ୍ର, ଆଧୁନିକ ସାହିତ୍ୟି ଓ ଶିଶୁ ସାହିତ୍ୟ ଉପରେ ଆଲୋଚନା କରିଥିଲେ ମୁଖ୍ୟବକ୍ତା ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ । ମୁଖ୍ୟ ଅତିଥି ଥିଲେ ହରମୋହନ ମିଶ୍ର । ଏହା ପରେ ଗଳ୍ପ ପଠନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତ୍ରୈମାସିକ ପତ୍ରିକା ନାଗରା ପୂଜା ସଂଖ୍ୟା ଉନ୍ମୋଚନ ହୋଇଥିଲା । ଏଥିରେ ସଂଗଠନର ସଭାପତି ବିଶିଷ୍ଟ କଥାକାର, ସାହିତ୍ୟିକ, ସଂଗଠକ ଭୂପେନ ମହାପାତ୍ର ସଭାପତିତ୍ୱ କରିଥିଲାବେଳେ ସମ୍ମାନିତ ଅତିଥି ଭାଵରେ ସମାଜସେବୀ ଅଭୟ ଦାସ, ସମ୍ପାଦିକା ରଶ୍ମୀବାଳା ରାଉତରାୟ, ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ହରମୋହନ ମିଶ୍ର, ମୁଖ୍ୟବକ୍ତା ବରିଷ୍ଠ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ ଉପସ୍ଥିତି ଥିଲେ । ମୁଖ୍ୟବକ୍ତା କହିଥିଲେ ଯେ, ଆଧୁନିକ ସାହିତ୍ୟ ଓ ଶିଶୁ ମନସ୍କ ସାହିତ୍ୟରେ ଅନେକ ଫରକ । ମୁଖ୍ୟ ଅତିଥି କହିଲେ ଯେ, ଅତୀତ ନଥିଲେ, ବର୍ତ୍ତମାନ ନ ଥାଏ, ଆଉ ଯେଉଁ ଠି ଅତୀତ ରହିଛି, ବର୍ତ୍ତମାନ ବି ସଦ୍ୟ ପ୍ରସ୍ପୁଟିତ ହେବ, ବର୍ତ୍ତମାନ ବି ତାର ଉଜ୍ୱଳ ହୋଇ ରହିବ । କାର୍ଯ୍ୟକ୍ରମର ପରିଚାଳନା କବି ତଥା ଶିକ୍ଷୟିତ୍ରୀ ନିରୁପମା ପତି କରିଥିବା ଵେଳେ ଉପଦେଷ୍ଠା ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାଗରା ତଥା ଡ. ସ୍ୱର୍ଣ୍ଣ ଦେବୀଙ୍କ ଉପନ୍ୟାସ ‘ଦୂରାନ୍ତର ପକ୍ଷୀ’ ଉନ୍ମୋଚନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗଳ୍ପ ଆସର କରାଯାଇଥିଲା । ଗଳ୍ପ ପଠନ ପର୍ଯ୍ୟାୟରେ ଗଳ୍ପପାଠ କରିଥିଲେ, ଗାଳ୍ପିକ ସଞ୍ଜୀବ ଭୋଇ । କବିତା ପର୍ଯ୍ୟାୟରେ ସଭାପତି ଆସନରେ ଥିଲେ, ବିଶିଷ୍ଟ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ । କବିତା ସଂଯୋଜନା ଦାୟିତ୍ୱରେ ଥିଲେ କବି ଗୀତାରାଣୀ ବେହେରା ଓ କବି ପ୍ରତାପ କୁମାର ପଣ୍ଡା । ସୁନୀଲ କୁମାର ମହାନ୍ତି, ନିରୁପମା ପତି, ଗୀତାଞ୍ଜଳି ପତ୍ରୀ, ଗୀତାରାଣୀ ବେହେରା, ରୁଦ୍ର ତ୍ରିପାଠୀ, ଶ୍ରୀଧର ସୁନା, ବଳରାମ ଦାସ, ଗଦାଧର ରଥ, ସାଗର ମହାନ୍ତି, ବ୍ରହ୍ମାନନ୍ଦ ପାଢୀ, ପ୍ରତାପ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । ସୂର୍ଯ୍ୟନାରାୟଣ ପଣ୍ଡା, ଗୋକୁଳାନନ୍ଦ ସାହୁ, ଗୀତାଞ୍ଜଳି ପତ୍ରୀ, କାଶୀନାଥ ନନ୍ଦୀ, ଅଂଶୁମାନ ପତି ପ୍ରମୁଖ ଉପସ୍ଥିତ ଥିଲେ । ଗୀତାରାଣୀ ଦ୍ଵିତୀୟ ପର୍ଯ୍ୟାୟରେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏମିତି ପ୍ରୟାସ ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ଓ ମଧୁସୂଦନ ପାଠାଗାର ମିଳିତ ଉଦ୍ୟମରେ ସମସ୍ତଙ୍କ ଦ୍ଵାରା ଖୁବ୍ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ, ପ୍ରଶଂସନୀୟ ହୋଇପାରିଛି ।

Leave A Reply

Your email address will not be published.