କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

  • ପ୍ରଥମ ଥର ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ପାଇଁ ପୁସ୍ତକ ଆହ୍ୱାନ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) ; କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟ ପୁରସ୍କାରର ଚୟନ ପ୍ରକ୍ରିୟା ଏଥର ପରିବର୍ତ୍ତନ ହୋଇଯାଇଛି । ଏହି ପୁରସ୍କାର ପାଇଁ ଚଳିତ ବର୍ଷ ପୁସ୍ତକ ଆହ୍ୱାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ଥର ୨୦୨୫ ବର୍ଷ ପାଇଁ ଏକାଡେମୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୨୪ଟି ଭାରତୀୟ ଭାଷାରେ ପୁସ୍ତକ ଚୟନ କରିବା ପାଇଁ, ସାହିତ୍ୟ ଏକାଡେମୀ ସିଧାସଳଖ ଲେଖକ, ପ୍ରକାଶକ ଏବଂ ସେମାନଙ୍କ ଶୁଭେଚ୍ଛୁଙ୍କଠାରୁ ପୁସ୍ତକ ଆହ୍ୱାନ କରିଛି । ଏ ସମ୍ପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସୂଚନା ଦେଇଛନ୍ତି ଯେ, ପୁସ୍ତକ ଦାଖଲ କରିବାର ଶେଷ ତାରିଖ ହେଉଛି ୨୮ ଫେବୃଆରି ୨୦୨୫ । ୨୦୨୫ ମସିହାର ପୁରସ୍କାର ପାଇଁ ୨୦୧୯ ରୁ ୨୦୨୩ (ଅର୍ଥାତ୍ ୧ ଜାନୁଆରି ୨୦୧୯ରୁ ୩୧ ଡିସେମ୍ବର ୨୦୨୩) ମଧ୍ୟରେ ପ୍ରକାଶିତ ପୁସ୍ତକର ଏକ କପି ଏବଂ ଏକାଡେମୀର ୱେବସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ଆବେଦନ ଫର୍ମ ସହିତ ବିଚାର ପାଇଁ ପଠାଯାଇପାରିବ ।

Leave A Reply

Your email address will not be published.