ମୃତ ବନରକ୍ଷୀଙ୍କ ପରିବାରକୁ ବୌଦ୍ଧ ବନଖଣ୍ଡ ତରଫରୁ ଆର୍ଥିକ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡରେ ବନରକ୍ଷୀ ହିସାବରେ ୨୦୧୨ ଅପ୍ରେଲ ୧୯ ରିଖରେ ଯୋଗଦାନ କରି ରାଣୀସାହି, ସାତଖଣ୍ଡ, ନାଦେନ ଓ ରାୟିକଟା ବିଟ ମାନଙ୍କରେ ସୂଚାରୁ ରୂପେ କାର୍ଯ୍ୟ କରିଥିବା ବନରକ୍ଷୀ ସାଜିତ ଝାଙ୍କର ସ୍ୱାସ୍ଥ୍ୟଗତ ସମସ୍ଥା ଯୋଗୁ ମଇ ୨୨ ତାରିଖରେ ଅକାଳ ବିୟୋଗ ହୋଇଯାଇଥିଲା । ଆଜି ବୌଦ୍ଧ ବନଖଣ୍ଡ ପରିବାର ତରଫରୁ ଆର୍ଥିକ ସହାୟତା ରାଶି ଟ. ୧,୦୦,୦୦୦/- (ଏକଲକ୍ଷ) ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଖଣ୍ଡୀୟ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀଙ୍କ ଦ୍ୱାରା ସମସ୍ତ ସହକାରୀ ବନ ସଂରକ୍ଷକ ଓ ବୌଦ୍ଧ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଶୋକସନ୍ତପ୍ତ ପରିବାର ସ୍ୱର୍ଗତ ଶ୍ରୀ ଝାଙ୍କରଙ୍କ ମାତା ଶ୍ରୀମତୀ ଉର୍ବଶୀ ଝାଙ୍କରଙ୍କୁ ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.

thirteen − 7 =