ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର ମଣ୍ଡାକିଆ ଗ୍ରାମପଞ୍ଚାୟତ ବିଅରପଙ୍ଗା ଗ୍ରାମର ସଞ୍ଜୟ ପ୍ରଧାନ ଏକ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ରାଇକିଆ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ସଞ୍ଜୟଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ପୋଲିସ । ପୋଲିସ ଆସିବା ଖବର ପାଇ ସଞ୍ଜୟ ଘରୁ ଛୁ ମାରିଥିଲା । ମଙ୍ଗଳବାର ପୋଲିସ କୌଣସି ସୁତ୍ରରୁ ସୂଚନା ପାଇ ଘରେ ଚଢ଼ାଉ କରି ସଞ୍ଜୟକୁ କାବୁ କରି ଥାନାକୁ ଆଣିଥିଲା । ଏନେଇ ରାଇକିଆ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ନେଇ ଆଇନ୍ ଧାରା ୨୫ ଅନୁସାରେ ୧୪/୨୧ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ରାଇକିଆ ଥାନା ଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

14 − 3 =