ଡବ୍ଲ୍ୟୁଟିସି ଫାଇନାଲ୍ : ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ : ସାମୀଙ୍କୁ ୪, ଇଶାନ୍ତଙ୍କୁ ୩ ୱିକେଟ

ସାଉଥାମ୍ପଟନ୍‌ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ଓଭର ୨ବଲ ଖେଳି ନ୍ୟୁଜିଲାଣ୍ଡ ଦଳ ଅଲଆଉଟ ହୋଇଯାଇଛି । ଏହି ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ କୋନୱେ ୫୪, ୱିଲିୟମସନ ୪୯ ଓ ଟିମ ସାଉଦି ୩୦ ରନ କରିଥିଲେ । ଫଳରେ ଦଳ ୨୪୯ ରନ କରିପାରିଥିଲା । ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୪, ଇଶାନ୍ତ ଶର୍ମା ୩ ଓ ଅଶ୍ୱିନ ୨ ଓ ଜାଡେଜା ଗୋଟିଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.

sixteen + sixteen =