pakka

ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ

bbehera

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରୁ ଏହି ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନାନୁଯାୟୀ, ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ମାଲକାନଗିରି ଡି.ଏଫ୍‌.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ଵରେ ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଏମ.ଭି.୧୯ ଗାଁର ବଳରାମ ହିଆଲଙ୍କ ଘରେ ଅଚାନକ ଚଢାଉ କରିଛି । ଏହି ସମୟରେ ବଳରାମଙ୍କ ଘରୁ ୨ ଲକ୍ଷ ଟଙ୍କାରୁ ଅଧିକ ଶାଗୁଆନ, ପିଆଶାଳ ଏବଂ ଜାମୁକୋଳି କାଠ ପଟା ଜବତ ହୋଇଛି । ଏହି କାଠ ପଟା ସବୁକୁ ବଳରାମ ଘର ପଛପଟେ ଏକ ଭଙ୍ଗା ଘରେ ଲୁଚାଇ ରଖିଥିଲେ ।

Leave A Reply

Your email address will not be published.

two × 4 =