pakka

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଦୁର୍ଗାମଣ୍ଡପ ସଭାଗୃହରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲିଆ ଗଡୁଆ ସାଧାରଣ ସଂପାଦକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଯାହାକି ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ବଲାଙ୍ଗିର ସହରରେ ବସବାସ କରୁଥିବା ସମସ୍ତ ଡୁମାଲ ପରିବାର ସମ୍ବନ୍ଧରେ ଆଲୋଚନା କରାଗଲା ଏବଂ ଜଣାଗଲା ଯେ, ୧୭୦ଟି ପରିବାର ପଞ୍ଜିକୃତ ହୋଇସାରିଛନ୍ତି । ଅବଶିଷ୍ଟ ପରିବାର ଯେଉଁମାନେ କି ଏ ପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି, ସେହିମାନଙ୍କର ପଞ୍ଜିକରଣ ସକାଶେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସେମାନଙ୍କର ଅନୁସନ୍ଧାନ କରି ପଞ୍ଜିକରଣ ନିମନ୍ତେ ଅନୁରୋଧ କରାଗଲା । ପ୍ରତ୍ୟେକ ପରିବାର ଠାରୁ ପାଣ୍ଠି ସଂଗ୍ରହ ଜୁଲାଇ ୧୦ ତାରିଖ ସୁଦ୍ଧା ଆଦାୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଆଜିକାର ସଭାରେ ଉପସଭାପତି ଜୀବନ କରଣ, ବୃନ୍ଦାବନ ମହାକୁର, ଯୁଗ୍ମ ସଂପାଦକ ଭରତ ମହାକୁର, ପିତାମ୍ବର ଖମାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, କାର୍ଯ୍ୟକାରୀ ସଭ୍ୟ ଦୀନବନ୍ଧୁ ଡାଙ୍ଗ, ପଲଭ ଚାଉଲିଆ, ବୁଡୁ କରନ ଏବଂ ମାହେଶ୍ୱରୀ ସେନାର ସକ୍ରିୟ ସଭ୍ୟ ସୁରେଶ ଚନ୍ଦ୍ର କମ୍ପ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବୃନ୍ଦାବନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + nineteen =