pakka

ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

bbehera

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ୍ୟୁ ଝଟିଥିବା ଜଣାପଡିଛି । ୨ ମୃତ ଯୁବକ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଏକ ଅଜଣା ଗାଡ଼ି ୨ ଜଣ ଯୁବକଙ୍କୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ତେବେ କୁମ୍ଭିକୋଟା ଫାଣ୍ଡି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।

Leave A Reply

Your email address will not be published.

twenty − seven =