pakka

ଜମି ବିବାଦକୁ ନେଇ ଗୁଳିକାଣ୍ଡ, ୧ ଗୁରୁତର

bbehera

ଖଲ୍ଲିକୋଟ : ଜମି ବିବାଦକୁ ନେଇ ଗୁଳିକାଣ୍ଡ ଝଟି ଜଣେ ଗୁରୁତର ଥିବା ଜଣାପଡିଛି । ଖଲ୍ଲିକୋଟ ଥାନା ଭିକାପଡରେ ଜମିଜମାକୁ ନେଇ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଭିକାପଡାର ବିରେନ ଦଲେଇ ବୋଲି ଜଣାପଡିଛି । ଜମିଜମାକୁ ନେଇ ବିରେନଙ୍କ ବଡବାପାଙ୍କ ପୁଅ ଗୁଳିମାଡ଼ କରିଥିଲା । ଏଥିରେ ବିରେନ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

5 − four =