csstore

କୁତମୁଣ୍ଡା ଗ୍ରାମର ମୁଖ୍ୟ ପିଚୁରାସ୍ତାରେ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି ) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ମୁଖ୍ୟ ପିଚୁରାସ୍ତାରେ ଦୁର୍ଘଟଣାକୁ ରୋକିବା ପାଇଁ ସେଚ୍ଛାସେବୀ ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେରଙ୍କ ଆହ୍ୱାନରେ ମୁଖ୍ୟ ରାସ୍ତାରୁ ଗ୍ରାମର କାହ୍ନା ନର୍ସରୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛ ଏବଂ ଲଟାବୁଦା କାଟି ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର, ନରେଶ ଛତର, ବିକଶ ଥପା, ଅକ୍ଷୟ ନାଗ, ପ୍ରହଲ୍ଲାଦ କୁମ୍ଭାର, ପ୍ରଶାନ୍ତ ସାହୁ, ଯଦୁ ରଣା, ବିନୟ କୁମ୍ଭାର, ମନୋଜ ମେହେର, ଶିବ ପୁଟେଲ, ସୁନୀଲ ମେହେର, କାର୍ତ୍ତିକ ସେଠ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.