ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ୨୦୨୨ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡାକରୁଷି ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ମୁଖ୍ୟବକ୍ତା ଭାବେ ଖଡ଼ିଆଳ ସହକାରୀ ତେଜରି ଅଫିସର ଲେଖାରାମ ଭୋଇ, ସମ୍ମାନୀୟ ଅତିଥି ଭାବେ ସିନ୍ଧେକେଲା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦାମୋଦର ସୁନା, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ଝଲପ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନ କରିବାରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ପାର୍ଥବ ଭୋଇ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ନାଏବ ସରପଞ୍ଚ ଝସକେତନ ବାରିକ ସଭା ସଂଯୋଜନା କରିଥିଲେ । ଆୟୋଜକ କମିଟିର ଉପସଭାପତି ଶରତ କୁମାର ସାହୁ, ସମ୍ପାଦକ ପାର୍ଥବ ଭୋଇ, ସହସମ୍ପାଦକ ପ୍ରଫୁଲ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ହିମାଂଶୁ ବେହେରା, ଗ୍ରନ୍ଥାଗାରିକ ଜୟଚନ୍ଦ୍ର ସାହୁ, କ୍ରୀଡା ସମ୍ପାଦକ ସତ୍ୟ ସାହୁ, ସାଂସ୍କୃତିକ ସମ୍ପାଦକ ପୁରୁଷୋତ୍ତମ ଭୋଇ, ପୂଜା ସମ୍ପାଦକ ମହେନ୍ଦ୍ର ସାହୁ, ସଦସ୍ୟ ଦେବେନ୍ଦ୍ର ସାହୁ, ମଳୟ ବାରିକ, ହୃଷିକେଶ ପୁଟେଲ, ଜୟକୃଷ୍ଣ ସାହୁ, ଯୋଗେଶ ସାହୁ, ଝସକେତନ ବାରିକ, ସତ୍ୟବାନ ସାହୁ ପ୍ରମୁଖଙ୍କ ସହ ପାଠାଗାରର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

Leave A Reply

Your email address will not be published.

twelve + sixteen =