pakka

ସୁରବାବାଙ୍କ ତ୍ରାହି ଅଚ୍ୟୁତ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସଫଳତା

bbehera
  • ଛତ୍ରପୁର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହୋଇଥିବା କଗ୍ନିଜାନ୍ସ ଓ ତତ୍ ସମ୍ବନ୍ଧୀୟ ଶୁଣାଣି ସମସ୍ତ କେସକୁ ଖାରଜ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁରବାବାଙ୍କ ତ୍ରାହି ଅଚ୍ୟୁତ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସଫଳତା । ଏନେଇ ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍‌. କୋର୍ଟରେ ହୋଇଥିବା କଗ୍ନିଜାନ୍ସ ଓ ତତ୍ ସମ୍ବନ୍ଧୀୟ ଶୁଣାଣିରେ ସମସ୍ତ କେସକୁ ଖାରଜ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା. ୧୮-୧୨-୨୦୨୧ ରିଖରେ ତ୍ରାହି ଅଚ୍ୟୁତ ଜମି କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରନାଥ ମିଶ୍ର ଓରଫ ସୁର ବାବାଙ୍କ ମୃତ୍ୟୁ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ କ୍ରିମିନାଲ ମିସ୍ କେସ ନମ୍ବର ୩୦୬୮/ ୨୦୧୯ ଅନୁଯାୟୀ ଉକ୍ତ ମାମଲାରେ ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍‌. କୋର୍ଟ ନେଇଥିବା କଗ୍ନିଜାନ୍ସ ଓ ତତ୍ ସମ୍ବନ୍ଧୀୟ ସମସ୍ତ କେସକୁ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପ୍ରଶ୍ନ ଉଠିଥିଲା ଯେ, ଏହି ମାମଲାରେ ସୁରବାବା ଓ ତାଙ୍କ ପରିବାରବର୍ଗଙ୍କ ନିକଟରୁ ଛତ୍ରପୁର ପୋଲିସ ଓ ପରବର୍ତ୍ତୀ ମୁହୂର୍ତ୍ତରେ କ୍ରାଇମବ୍ରାଞ୍ଚ ଦ୍ୱାରା ଜବତ ହୋଇଥିବା ଅଚଳାଚଳ ସମ୍ପତ୍ତି, ସୁନାଗହଣା, ଜମି, ଅଚ୍ୟୁତାନନ୍ଦଙ୍କ ପୋଥି କାହା ହେପାଜତରେ ଦିଆହେବ । ପରେ ସୁରବାବାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଶିବରାମ ରେଡ୍ଡୀ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଯାହାଠାରୁ ଯାହା ଜବତ କରାଯାଇଛି ସେହି ସମ୍ପତ୍ତି ତାକୁ ଦିଆଯାଉ । ଏହି କ୍ରମରେ ସେ କେସ ନମ୍ବର ଜି.ଆର. ୨୫୮/୨୦୧୫ର କେସ ଡାଏରୀ ମଗେଇବାକୁ ମାନ୍ୟବର କୋର୍ଟକୁ ପ୍ରାର୍ଥନା କରିବା ସହ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ।

କିନ୍ତୁ ଏଥିରେ କ୍ରାଇମବ୍ରାଞ୍ଚ ତରଫରୁ ଲଢ଼ୁଥିବା କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର ଏହାକୁ ଦୃଢ଼ ବିରୋଧ କରିଥିଲେ ଓ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି କହିଥିଲେ, ବର୍ତ୍ତମାନ ମାମଲାଟି ଉଚ୍ଚ ନ୍ୟାୟାଳୟରେ ଖାରଜ ହେଇଯାଇଛି ଏବଂ ବର୍ତ୍ତମାନର ପିଟିସନ ଯାହାକି କେସ ଡାଏରୀ ମଗେଇବାକୁ ନେଇ ରହିଛି, ତାହା ଆଇନ ଅନୁଯାୟୀ ସଠିକ ନୁହେଁ । ଏହି ମାମଲାରେ ମଧ୍ୟ ବହୁ ବର୍ଷ ପୂର୍ବରୁ ଚାର୍ଜସିଟ ଦିଆଯିବା ସମୟରେ ମୁଦଲାଙ୍କୁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତେଣୁ ବର୍ତ୍ତମାନ ଆଉ କେସ ଡାଏରୀ ମଗାଯାଇପାରିବ ନାହିଁ । ଏହି ସଂକ୍ରାନ୍ତରେ ଶ୍ରୀ ମିଶ୍ର “ଶକ୍ତି ସିଂହ ବନାମ ଓଡ଼ିଶା ସରକାର” ମାମଲାରେ ଉଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରଦତ୍ତ ନିଷ୍ପତ୍ତିକୁ ପାଳନ କରିବାକୁ ମାନ୍ୟବର ନ୍ୟାୟାଳୟକୁ ପ୍ରାର୍ଥନା କରି କହିଥିଲେ ଯେ, କେସ ଡାଏରୀ ଦେଖିପାରିବାର ଅଧିକାର ମୁଦଲାମାନଙ୍କର ନାହିଁ । ତେଣୁ ଏହି ପିଟିସନ ଖାରଜ କରାଯାଉ ବୋଲି ସେ ମାନ୍ୟବର ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଥିଲେ ।

ଏହି ସଂକ୍ରାନ୍ତରେ ଆଜି ଛତ୍ରପୁରର ମାନ୍ୟବର ଏସ୍‌.ଡ଼ି.ଜେ.ଏମ୍. ଶ୍ରୀମତୀ ସୌମ୍ୟା ପ୍ରଧାନ ଉକ୍ତ ମାମଲାର ବିଚାରଣା କରି ନିଜର ନିଷ୍ପତ୍ତି କ୍ରାଇମବ୍ରାଞ୍ଚ ସପକ୍ଷରେ ଶୁଣାଇ କହିଥିଲେ ଯେ, କେସ ଡାଏରୀ ଦେଖିବାର ଅଧିକାର କେବଳ ପୋଲିସମାନଙ୍କର ରହିଛି । ତଥା ଯେଉଁଠି ମାନ୍ୟବର ଅଦାଲତକୁ ତଦନ୍ତ ଉପରେ କିଛି ଜାଣିବାର ଥିବ, ସେଠାରେ ସେମାନେ କେସ ଡାଏରୀକୁ ଦେଖି ପାରିବେ । କିନ୍ତୁ ବର୍ତ୍ତମାନ ଯେହେତୁ ମାମଲା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇସାରିଛି ତଥା ଏହି ମାମଲାର ଚାର୍ଜସିଟ ବହୁ ପୂର୍ବରୁ ଦିଆସରିଛି ; ତେଣୁ ଏହି ପରିପ୍ରେକ୍ଷୀରେ ଏବେ ଆଉ ଥରେ କ୍ରାଇମବ୍ରାଞ୍ଚ ଠାରୁ କେସ ଡାଏରୀ ମଗେଇବା ଆଇନ ବିରୋଧୀ ହେବ । ତେଣୁ ସୁର ବାବାଙ୍କ ତରଫରୁ ପଡିଥିବା ପିଟିସନଟିକୁ ଖାରଜ କରି ଦିଆଗଲା । ପ୍ରାପ୍ତ ସୂଚନା ମୁତାବକ ବର୍ତ୍ତମାନ ସୁରବାବାଙ୍କ ନିକଟରୁ ଜବତ ସମ୍ପତ୍ତି ଛତ୍ରପୁର କୋର୍ଟ ଅଧୀନରେ ରହିଛି ।

jay balangir
Leave A Reply

Your email address will not be published.

five × three =

error: Content is protected !!