csstore

ଅବନୀ ଶତପଥୀଙ୍କ ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ଅବନୀ ଶତପଥୀଙ୍କ ମାତା ସ୍ୱର୍ଗୀୟ ଭାଗ୍ୟଲତା ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସୋମବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବହୁ କଂଗ୍ରେସ ନେତ୍ତୃବର୍ଗ, ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ରାଜନୈତିକ ବ୍ୟକ୍ତି ବିଶେଷ୍ୟ, ସମାଜସେବୀ, ବହୁଜ୍ଞାନୀଗୁଣୀ ବ୍ୟକ୍ତି ଯୋଗଦେଇ ସ୍ୱର୍ଗୀୟ ଭାଗ୍ୟଲତା ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାସୁମନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗୀୟ ମାତୃ ଦେବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସହ ଶୁଭ-ପ୍ରଣତି ଜଣାଇଛନ୍ତି ।

jayashree
Leave A Reply

Your email address will not be published.