pakka

ଦ୍ୱିତୀୟ ଦିନରେ ପହଁଚିଲା ଡ୍ରାଇଭର ମହାସଂଘର ଧର୍ମଘଟ

bbehera
  • ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୁଧବାର ଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଛି । ଗୁରୁବାର ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟମାନେ ଅଟକାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟରେ ଆସିଥିବା ଜନସାଧାରଣ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକ୍ ଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଟାଙ୍କିରେ ସରିଲାଣି ତେଲ । ପେଟ୍ରୋଲ ପମ୍ପକୁ ପହଁଚି ପାରୁନି ପେଟ୍ରୋଲ ଓ ଡିଜେଲ୍ ଗାଡ଼ି । ଫଳରେ ଦୁଇ ଚକିଆ ଓ ଚାରିକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍ ମିଳିପାରୁ ନଥିବା ଦେଖିବାକୁ ମିଳିଛି । ସେପଟେ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ଥିବା ଜଣାପଡ଼ିଛି । ଡ୍ରାଇଭର ମାନଙ୍କର ଏହି ଆନ୍ଦୋଳନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

sixteen − 4 =

error: Content is protected !!