pakka

ରାଣୀପୁର ଝରିଆଲ ବିକାଶ ପାଇଁ ୪ କୋଟି ଅନୁମୋଦନ କଲେ ରାଜ୍ୟ ସରକାର

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମଗ୍ର ପୃଥିବୀରେ ୬୪ ଯୋଗିନୀ ପୀଠ ଚାରୋଟି ସ୍ଥାନରେ ଥିବା ବେଳେ ଓଡିଶାରେ ଦୁଇଟି ସ୍ଥାନରେ ଅବସ୍ଥିତ । କିନ୍ତୁ ରାଣୀପୁର ଝରିଆଲ ଏ ମଧ୍ୟରେ ଅନ୍ୟତମ । ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀମାନଙ୍କ ଦ୍ୱାରା ନିର୍ମିତ ଏହି ପୀଠ ଶତାବ୍ଦୀ ଶତାବ୍ଦୀ ଧରି ଏ ମାଟିର ଐତିହ୍ୟ, ଗର୍ବ ଓ ଗୌରବର ବାନା ଉଡାଉଥିବା ପୀଠକୁ ବଞ୍ଚାଇ ରଖିବାକୁ ଅଞ୍ଚଳବାସୀ ଓ ମନ୍ଦିର କମିଟି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କ ଠାରେ ବାରମ୍ବାର ଅନୁରୋଧ କରି ଆସୁଥିଲେ । ଏହାକୁ ନଜରରେ ରଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଧାନସଭାରେ ବାରମ୍ବାର ରାଣୀପୁର ଝରିଆଲର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ରାଜ୍ୟ ସରକାର ଓଡିଶା ଟୁରିଜିମ ଡେଭଲପ୍‌ମେଣ୍ଟ କର୍ପୋରେସନ ଲିମିଟେଡକୁ ଚଳିତବର୍ଷ ଫେବୃଆରୀ ୨୪ ତାରିଖ ଚିଠି ନମ୍ବର ୧୯୮୭ ଆଦେଶ ପତ୍ର ଅନୁଯାଇ ରାଣୀପୁର ଝରିଆଲର ଇନଫାଷ୍ଟ୍ରକଚର ଡେଭଲପ୍‌ମେଣ୍ଟ ପାଇଁ ୪ କୋଟି ଟଙ୍କାର ଏଡମିନିଷ୍ଟ୍ରେଟିଭ ଏପ୍ରୁଭାଲ ହୋଇଥିବା ଓ ଏହି ୪ କୋଟି ଟଙ୍କାରେ ଏଣ୍ଟ୍ରାନ୍ସ ଗେଟ, ରାସ୍ତା, ପାର୍କିଙ୍ଗ ଏରିଆ, ମଲ୍ଟି ପର୍‌ପଜ୍‌ ବିଲ୍ଡିଂ, ଟଏଲେଟ୍‌ ବ୍ଲକ, ସୋମେଶ୍ୱର ମନ୍ଦିରକୁ ରାସ୍ତା, ପଦ୍ମ ପୋଖରୀରେ ବନ୍ଧ ନିର୍ମାଣ ଭଲି ଅନେକ ଉନ୍ନୟନ କାମ ହେବା ପାଇଁ ସ୍ଥିର ହୋଇଥିବା ଜଣାପଡିବା ପରେ ଏ ବିଷୟରେ ବଲାଙ୍ଗିର ଟୁରିଷ୍ଟ ଅଫିସର ରବୀନ୍ଦ୍ର କୁମାର ଦଲାଇଙ୍କୁ ଏ ବିଷୟରେ ପଚାରିବାରୁ ସେ ଏହା ବଜେଟରେ ଟଙ୍କା ଏଲଟ୍‌ମେଣ୍ଟ କରାଗଲା ଏ ବିଷୟରେ ମୁଁ ଜିଲ୍ଲାପାଳଙ୍କ ସହ ବି ଆଲୋଚନା କରୁଥିଲି । କାମ ଆରମ୍ଭ ହେବା ପାଇଁ କିଛି ସମୟ ଲାଗିପାରେ କାହିଁକି ନା ଏଏସ୍‌ଆଇଙ୍କୁ କାମ କରିବା ପାଇଁ ସହମତି ମଗାଜିବ ଏବଂ ଆଉ କିଛି କାଗଜପତ୍ର କାମ ମଧ୍ୟ ରହିଛି । କିନ୍ତୁ କାମ ହେବ ବୋଲି କହିଥିଲେ । ହେଲେ ଏ ପଟେ ଏତେଦିନ ପରେ ଯୋଗିନୀ ପୀଠର ବିକାଶ ପାଇଁ ସରକାର ଆଗକୁ ଆସିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟାବାଞ୍ଜି ବିଧାୟକ ସାଲୁଜା ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି । ରାଣୀପୁର ଝରିଆଲ ମନ୍ଦିର କମିଟି ତରଫରୁ ଆବାହକ ଅନିଲ କୁମାର ତ୍ରିପାଠୀ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ବଲାଙ୍ଗିର ଜିଲ୍ଲାର ଭୀମଡୁଙ୍ଗୁରୀକୁ ୬ କୋଟି ୬୬ ଲକ୍ଷ ଓ ରାଣୀପୁର ଝରିଆଲକୁ ୪ କୋଟି ଟଙ୍କା ଅନୁମୋଦନ ହୋଇଛି ।

jay balangir
Leave A Reply

Your email address will not be published.

4 × four =

error: Content is protected !!