ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପିକେସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା , ରାଜସ୍ୱ ଆଦାୟ ଉପରେ ଓ ଗତ ୧୫.୫.୨୦୨୩ ରିଖରେ ଅନୁଷ୍ଠିତ ବୈଠକର ବିଭିନ୍ନ ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ । ବର୍ତ୍ତମାନ ଜିଲ୍ଲାରେ ଏନ୍‌ଏଚ୍‌ ୨୬ରେ କନ୍ତେସିରରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, ଚାଞ୍ଚେରରୁ କୋକୋମୁଣ୍ଡା, ହାତୀବ୍ରିଜରୁ ବଲ ଦିଆମାଲ ଏଭଳି ୪ଟି ବ୍ଲାକ ସ୍ପଟ୍ ରହିଛି । ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ, ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ଏଚ୍‌, ଆରଡି ଏବଂ ଆର୍‌ବି ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ସେଭଳି ଏନ୍ଏଚ୍‌ ୨୬ ଜାତୀୟ ରାଜପଥରେ ସମସ୍ତ ହମ୍ପସ୍‌ ହଟାଇବା ସହିତ ଏନ୍ଏଚ୍‌କୁ ଲାଗି ବିଦ୍ୟାଳୟର ସାମ୍ନା ଗେଟ୍‌କୁ ବନ୍ଦକରି ଅନ୍ୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ ଆର୍‌ଟିଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୨୨୯, ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୪୨, ମଦ୍ୟପାନ ସହ ଗାଡ଼ି ଚାଳନା ଭଳି ଅପରାଧ ପାଇଁ ୧୦ ଜଣଙ୍କୁ ଲାଇସେନ୍ସ ନିଲମ୍ବନ କରାଯାଇଛି । ଜିଲ୍ଲାରେ ଅଗଷ୍ଟ ସେପ୍ଟେମ୍ବର ମାସରେ ୫୪ଟି ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୩ରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟନାରେ ହୋଇଛି । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ବ୍ଲୁଡି ଭବାନୀପାଟଣା,/ଧର୍ମଗଡ, ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା/ ଧର୍ମ ଗଡ/ ଭବାନୀପାଟଣା, କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ଡିଆଇପି ଆର୍ ଓ, ଇ ଈ, ଟି ପି ଡବ୍ଲୁଡି ଏଲ୍, ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 4 =

error: Content is protected !!