oom

ଟିଟିଲାଗଡ଼ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଏକ ମାସ ଧରି ରାଜ୍ୟବ୍ୟାପୀ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଶୁକ୍ରବାର ଦିନ ଟିଟିଲାଗଡ଼ ପୋଲିସ ପକ୍ଷରୁ ଏହି ସପ୍ତାହ ପାଳନ କରାଯାଇଥିଲା । ଜନସାଧାରଣଙ୍କୁ ସଚେତନ ତଥା ବିଭିନ୍ନ ଦୁର୍ଘଟଣାରୁ ରକ୍ଷା ପାଇବା ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ଥାନାଧିକାରୀ ବିଶ୍ୱଜିତ ମନବୋଧଙ୍କ ଅଧ୍ୟକ୍ଷତାରେ ପୋଲିସ ବିଭାଗ ଓ ଡିଏଭି ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ ମାନଙ୍କୁ ନେଇ ସହର ପରିକ୍ରମା କରିଥିଲେ । ଏହି ପରିକ୍ରମା ସମୟରେ ଯେଉଁମାନେ ହେଲମେଟ ପିନ୍ଧିଥିଲେ ଓ ସିଟ୍‌ ବେଲ୍ଟ ପିନ୍ଧି ଥିଲେ ସେମାନଙ୍କୁ ଚକଲେଟ ଦିଆଯାଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍‌ଆଇ ହୀରା ଖାଲକୋ, କିରନ ଜାନି, ମନୋଜ କୁମାର ବିଶି, ଏଏସଆଇ କାର୍ତ୍ତିକ ପ୍ରଧାନ, ସୁବାସ ସାହୁ, ଅହଲ୍ୟା ସୁନାନି, ସଞ୍ଜୀବ ପାଣିଗ୍ରାହୀ, ହୋମଗାର୍ଡ ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ, ହାବିଲଦାର ପ୍ରଦ୍ୟୁମ୍ନ ସାହୁ, ବୈରାଗୀ ବିଶି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.