oom

ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା

jsmm

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ଅଭିନବ ପ୍ରୟାସରେ ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଦୁଇଟି ଗଛକୁ ବାହାଘର କରି ଏକ ଅଭିନବ ପ୍ରୟାସରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ ବି ଦେଖିବାକୁ ମିଳିଛି ପ୍ରାଚୀନ ସଂସ୍କୃତି ଯାହାକି ଦୁଇ ଗଛଙ୍କୁ ବାହାଘର କରାଯାଇଛି । ବରଗଛ ଓ ଓସ୍ତଗଛ ଗୁଡିକରେ ଭରପୁର ଅମ୍ଳଜାନ ରହିଥାଏ ଯାହାକି କରୋନା ମହାମାରୀ ସମୟରେ ନିତ୍ୟାନ୍ତ ଆବଶ୍ୟକ । ପୌରାଣିକ ଦୃଷ୍ଟିରୁ ମଧ୍ୟ ଏହି ଗଛରେ ଭଗବାନ ଅବତାରଣ କରିଥାନ୍ତି ଏବଂ ପୂଜା ଅର୍ଚନା କରାଯାଏ ବୋଲି ବିଶ୍ୱାସ ରହିଛି ତେଣୁ ସାରା ବିଶ୍ୱରୁ କିପରି ଅମ୍ଳଜାନ ହ୍ରାସ ନପାଉ ସେଥିପାଇଁ ଗଛ ନକାଟି ବିଭିନ୍ନ ଜାଗାରେ ବୃକ୍ଷରୋପଣ କରନ୍ତୁ ବୋଲି କହିବା ସହ ଏହି ଗଛ ଦୁଇଟିର ବିବାହ କରିଥିଲେ ।

jittmm
Leave A Reply

Your email address will not be published.