oom

ପୁଲିସ ଓ ଗୋଲାପୀ ଫାଉଣ୍ଡେସନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

jsmm

ସଇଁତଲା, (ଖୁସିରାନୀ ସାହୁ) : ବ୍ଲକ ଘୁନସର ହାଟପଦାଠାରେ ପୁଲିସ ଓ ଗୋଲାପୀ ଫାଉଣ୍ଡେସନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଲାପୀ ଫାଉଣ୍ଡେସନର ନିର୍ଦ୍ଦେଶକ ସୁବ୍ରତ ନାଗ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝି, ସଇଁତଲା ଓକିଲ ସଂଘ ସଭାପତି ସୁବୋଧ ମିଶ୍ର, ଘୁନସର ସରପଞ୍ଚ ଅନୁରାଧା ସେଠ, ଥାନା ଅଧିକାରୀ ସୁଶାନ୍ତ ବଢ଼େଇ, ଆଇନଜୀବୀ ମନୋଜ ପୃଷେଠ ଯୋଗଦେଇ ଆଇନ ସଚେତନତା କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିଥିଲେ । ଦାଦନ ସମସ୍ୟା, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ଜମିବାଡ଼ି ବିବାଦ, ଘରୋଇ ହିଂସା, ଟ୍ରାଫିକ ସମସ୍ୟା, ନାବାଳକ ଗାଡି ଚଳାଇବା ଭଳି ଅନେକ ସମସ୍ୟାକୁ ନେଇ ସଚେତନ କରାଯାଇଥିଲା ।

jittmm
Leave A Reply

Your email address will not be published.