csstore

ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ସାଧାରଣ ସଭା ବଲାଙ୍ଗିର ସର୍କଲସ୍ତରୀୟ, ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ ଛବିଳ ସିଂ ଚିନ୍ଦା ଟିଟିଲାଗଡ ଡିଭିଜନ ସଭାପତି ଏବଂ ରବିନ୍ଦ୍ର ଦୁଆରି ବଲାଙ୍ଗିର ଡିଭିଜନ ସଭାପତିଙ୍କ ମିଳିତ ଆୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଓଡିଶାର ଅନ୍ୟାନ୍ୟ ଡିଭିଜନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ କେନ୍ଦୁପତ୍ର ସଂସ୍ଥାରେ ସିଜିନାଲ କାମ କରୁଥିବା ସମସ୍ତ ଉପଭୋକ୍ତା, କର୍ମଚାରୀ, କଟାଳୀ, ତୋଳାଳୀ, ବନ୍ଧେଇ ଶ୍ରମିକମାନଙ୍କ ଦାବୀ ପୁରଣକୁ ଦୃଷ୍ଟିରେ ରଖି ସଂଘର ସୁଦୃଢିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ଉକ୍ତ ସଭାରେ ବଲାଙ୍ଗିର ଡିଭିଜରୁ ନାରାୟଣ ଉଦୁରକୁଲିଆ, କୃଷ୍ଣଚନ୍ଦ୍ର ରାଜପୁତ, ଶ୍ରଦ୍ଧାକର ସା, ସୁଜିତ ମନହିରା, ଜଗବନ୍ଧୁ ପଧାନ, ଦିପନ ନାଏକ, ଟିଟିଲାଗଡ ଡିଭିଜନରୁ ବାଞ୍ଛାନିଧି ପଧାନ, ବସନ୍ତ ବଗର୍ତି, ସୁରେଶ କର୍ତ୍ତୀ, ପାଟଣାଗଡ ଡିଭିଜନରୁ ଲଳିତ ମଲ୍ଲିକ, ପଦ୍ମପୁର ଡିଭିଜନରୁ ଗାର୍ଗବ ବଢେଇ, ଜିତେନ ପଟେଲ, ଭବାନୀପାଟଣା ଡିଭିଜନରୁ ନିମେଇଁ ଚରଣ ପଧାନ, କାନ୍ତ ପାତ୍ର, ଫୁଲବାଣୀ ଡିଭିଜନରୁ ପ୍ରତାପ କୁମାର ସାହୁ, ଭୀମରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଚିତ୍ରସେନ ବଗର୍ତି, ନାରାୟଣ ସାହୁ ଯୋଗଦେଇ ଉଦ୍‌ବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.