ସମାଜସେବୀ ଲଲାଟେନ୍ଦୁ ନାୟକଙ୍କ ସ୍ମୁତିଚାରଣ ସଭା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ସମାଜସେବୀ ଲଲାଟେନ୍ଦୁ ନାୟକଙ୍କ ଦ୍ଵାଦଶାହ ଶ୍ରକ୍ଷଦ୍ଧବାର୍ଷିକ ଓ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସିନ ତଥା ଲଲାଟେନ୍ଦୁଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ତାଙ୍କ ତୈଳ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ପ୍ରାରମ୍ଭରେ ୨ ମିନିଟ ନୀରବ ପ୍ରାର୍ଥନା ଉପସ୍ଥିତ ବ୍ୟକ୍ତିମାନେ କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପୂର୍ବତନ ଖାଉଟି କଲ୍ୟାଣ, ଯୋଗାଣ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶ ବର୍ମା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌ ନାରାୟଣ ରେଡ୍ଡୀ, ଆଦିକନ୍ଦ ସେଠି, କୃଷ୍ଣ ପ୍ରସାଦ ଜିଲ୍ଲା ପରିଷଦ ସଭ୍ୟ ଲଷ୍ମୀଧର ସାହୁ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସୁରଥ ପାହାନ, ସୁଧୀର ବିଶ୍ୱାଳ, ରଘୁନାଥ ସାହୁ, ଇନ୍ଦ୍ରମଣି ଦଳେଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ ତରେଇ, ଏମଭିଆଇ ଅକ୍ଷୟ କୁମାର ଜେନା, ଜୟସେନ ପ୍ରଧାନ, ଅମୁଲ୍ୟ ଦଳାଇ, କେଦାର ନାଥ ସ୍ୱାଇଁ, ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ସିଏଚ ସୁଧାକର, ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ସଞ୍ଚିତ ପାଣିଗ୍ରାହୀ, ତୁମ୍ଭନାଥ ପଣ୍ଡା, ବିଜୟ ଚନ୍ଦ୍ର ବିଶ୍ୱାଳ, ସମାଜସେବୀ ମହେଶ୍ୱର ବରାଡ଼, ବିନୋଦ ପାଢ଼ୀ, ଯୋଗେଶ ସାହୁ, ଲୋପାମୁଦ୍ରା ନାୟକ ସହିତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ତ, ରାଜନୀତିଜ୍ଞ ତଥା ସାଧାରଣ ଜନତା ଉପସ୍ଥିତ ରହି ବର୍ଗତ ବ୍ୟକ୍ତିଙ୍କ ଉପରେ ଆଲୋଚନା କରିବା ସହ ସମାଜରେ ତାଙ୍କର ଅବଦାନ ଉପରେ ଉଲ୍ଲେଖ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟର ଅବସର ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ସଂଚାଳନ କରିଥିବା ବେଳେ ଶିକ୍ଷକ ଗଣେଷ ଚନ୍ଦ୍ର ବେହେରା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଅବନୀ ସାହୁ, ରବୀନ୍ଦ୍ର କୁମାର ସାହୁ, ଲିଙ୍ଗରାଜ ସାହୁ ଅବସର ପ୍ରାପ୍ତ ଆରଡ଼ିସି ଦକ୍ଷିଣାଞ୍ଚଳ ବାନାମ୍ବର ସାହୁ, ରମେଶ ଚନ୍ଦ୍ର ବେହେରା, ନାୟବ ସରପଞ୍ଚ ରାକେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ରୋହିତ କୁମାର ସାହୁ ନିମନ୍ତ୍ରିତ ଅତିଥିମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

sixteen + 15 =

error: Content is protected !!