ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ୫ମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ୫ମ ପ୍ରତିଷ୍ଠା ଦିବସ ତଥା ସାଧାରଣ ସଭାର ପ୍ରଥମ ଅଧିବେଶନ ରାଧାକୃଷ୍ଣ ମନ୍ଦିର ସଦାଇପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଂଚର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ଅମରେନ୍ଦ୍ର ମିଶ୍ରଙ୍କ ବିୟୋଗ ଯୋଗୁଁ ଏକ ମିନିଟ ଶୋକ ସଭା ହେଲା । ସଭାର ସଭାପତି ପ୍ରକାର ମିଶ୍ର ସଭାପତିତ୍ୱ କରିଥିଲେ । ପୂର୍ବ ବୈଠକର ବିବରଣୀ ପଠନ ପରେ ସାଧାରଣ ସଂପାଦକ ମନୋରଂଜନ ମିଶ୍ର ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା । ନୂତନ ଭାବେ ଯୋଗ ଦେଇଥିବା ଜଣ ସଭ୍ୟ ମଥାମଣି ପଣ୍ଡା, ମହନ ସାହୁ, ଓଁପ୍ରକାଶ ସାହୁ, ବିମଳ ଚକ୍ରବର୍ତ୍ତି, ଯୁଗଳ କିଶୋର ମହାପାତ୍ର ଓ ଶ୍ୟାମ ସୁନ୍ଦର ମିଶ୍ର । ଦ୍ୱିତୀୟ ଅଧିବେଶନ ସଭାରେ ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ଡ. କେ.ସି. ମହନ୍ତ ଏଡିଏମ୍‌ଓ ବଲାଙ୍ଗିର, ନବକୃଷ୍ଣ ସାହୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ତାଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ ଓ ସଂପାଦକ ମନୋରଂଜନ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ସୁନିଲ ବିଶ୍ୱାଲ ସଭା ପରିଚାଳନା କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ସାମଜିକ ସୁରକ୍ଷା ଅଧିକାରୀ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କୁ କହିଥିଲେ ଯେ ବଲାଙ୍ଗିର ଜିଲ୍ଲାପାଳ ଅତିଶୀଘ୍ର ଏକ କୋଠା ଘର ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ ପାଇଁ ପ୍ରଦାନ କରିବାକୁ ଯାଉଛନ୍ତି । ସେ କହିଲେ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ସବୁବେଳେ ତତ୍ପର କିଛି ଅସୁବିଧା ଅନୁଭବ କଲେ ତାଙ୍କ ସହିତ ଯୋଗାଯୋଗ ପାଇଁ ତାଙ୍କ ସେଲ ନମ୍ବର ପ୍ରଦାନ କରିଥିଲେ । ବଲାଙ୍ଗିର ସାଲେପାଲି ଠାରେ ଏକ ବୃଦ୍ଧାଶ୍ରମ ଓ କଂସାରିପଡାରେ ଏକ ରାତ୍ର ଯାବନ ପାଇଁ ସଟ୍ ଷ୍ଟେ ହୋମ ଅଛି ବୋଲି କହିଥିଲେ । ଦରକାର ହେଲେ ଏହାର ଉପଯୋଗ କରିବା ବୋଲି କହିଥିଲେ । ଏଡିଏମ୍‌ଓ ଶ୍ରୀ ମହନ୍ତ ତାଙ୍କ ବକ୍ତବ୍ୟ କବିତା ମାଧ୍ୟମରେ କହିଥିଲେ ଓ ଭଗବତ ପଠନ ସମସ୍ତ ଦୁଃ ଯନ୍ତ୍ରଣା ଲାଘବ ରାସ୍ତା ଓ ଭଗବାନ ହିଁ ସମସ୍ତଙ୍କ ଦୁଃଖ ଲାଘବ କରିବାର ମାର୍ଗ ବୋଲି କହିଥିଲେ । ତତ୍ ପରେ ପୌରାଧ୍ୟକ୍ଷା ଲିକା ସାହୁ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକମାନେ ପରିବାରର ମୂଳଦୁଆ ସେମାନେ ସମାଜ ଓ ଦେଶ ଗଠନରେ ସହାୟକ ହୁଅନ୍ତି ବୋଲି କହିଥିଲେ । ସଭାପତିଙ୍କ ଅଭିଭାଷଣ ପରେ କପିଳେଶ୍ୱର ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରିଶେଷରେ ସଭାପତି ଶ୍ରୀ ମିଶ୍ର ସଭା ସାଙ୍ଗ କରିଥିଲେ । ଉକ୍ତ ସଭାରେ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ବିନୟ ମିଶ୍ର, ସଂଙ୍ଗଠନ ସଂପାଦକ ଅଶୋକ ଚାନ୍ଦ, ଅଫିସ ସଂପାଦକ ସୁରେନ୍ଦ୍ର ନେଗୀ, ଅଶୋକ ମିଶ୍ର, ଧନଞ୍ଜୟ ମିଶ୍ର, ଦ୍ୱାରିକା ନାଥ ପଟେଲ, ମାଲିଆ ଗଡୁଆ, ଚିତ୍ତ ରଂଜନ ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ହରେକୃଷ୍ଣ ପଟେଲ, ପୁରୁଷୋତ୍ତମ ପଣ୍ଡା, ପିତବାସ ପଣ୍ଡା, ଗୌର ଚନ୍ଦ୍ର ପୁରୋହିତ, ଚିଳାଞ୍ଚଳ ଦିରଗୁନ ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.