ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ବ୍ରିଜରୁ ମୃତ ଅବସ୍ଥାରେ ପାଖାପାଖି ୩୦ରୁ ୩୫ବର୍ଷ ବୟସ ହେବ ଜଣେ ଯୁବକଙ୍କ ମୃତ ଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲେ ସଦର ଥାନା ପୋଲିସ । ଯୁବକଙ୍କ କୌଣସି ପରିଚୟ ନ ମିଳିବାରୁ ତାଙ୍କ ଶବକୁ ସଂରକ୍ଷଣ କକ୍ଷରେ ୭୨ଘଣ୍ଟା ରଖିବା ପରେ ସଦର ଥାନା ପୋଲିସ ଏସ୍‌ଆଇ ବିରେନ୍ଦ୍ର ବାଗଙ୍କ ଉପସ୍ଥିତିରେ ନିଷ୍ଠା ପରିବାର ତରଫରୁ ସସମ୍ମାନେ ଯୁବକଙ୍କ ଶବ ସତ୍କାର କରାଯାଇଥିଲା । ଏହି ମହତ କାର୍ଯ୍ୟରେ ନିଷ୍ଠା ପରିବାରର ଉପଦେଷ୍ଟା ଦିଲୀପ ସାୱଡିଆ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଦସ୍ୟ ଚିତ୍ର ସେନ ପ୍ରଧାନ, ଶ୍ୟାମ ଭୋଇ, ବିରେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × two =