ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ କଣ୍ଟାବାଞ୍ଜି ରାସ୍ତା ସାଲେପାଲି ଛକ ନିକଟ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ସଲାଣ୍ଡିର ନୀଳ ଧାରୁଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୃତକ ନୀଳ ଧରୁଆ ଓ ତାଙ୍କ ଜଣେ ସାଙ୍ଗ ମିଶି ୨ ଜଣ ପାଟଣାଗଡ ଆସୁଥିଲେ ଏହି ସମୟରେ ସାଲେପାଲି ଛକଠାରେ ଜଣେ କାଠ ବୋଝେଇ ସାଇକେଲ ବାଲା ଠାରେ ଧକ୍କା ହୋଇ ବାଇକରୁ ଛିଟିକି ହୋଇ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଗୁରୁତର ହୋଇ ପାଟଣାଗଡ ହସ୍ପିଟାଲ ଅଣାଯାଇ ଚିକିତ୍ସିତ କରାଯାଇଥିବା ବେଳେ ଡାକ୍ତର ଅତିଗୁରୁତର ନୀଳ ଧରୁଆଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଆହତ ଯୁବକ ଜ୍ୟୋତିରଞ୍ଜନ ବଗର୍ତିଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ପାଟଣାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

one × 5 =