csstore

ଆର୍‌ଏସ୍‌ଏସ୍‌ ତରଫରୁ ବଲାଙ୍ଗିର ସହରକୁ ଆସିଲା ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ଏବଂ ଅମ୍ଳଜାନ ସିଲିଣ୍ଡର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ତରଫରୁ ବଲାଙ୍ଗିର ସହରକୁ କରୋନା ରୋଗୀଙ୍କ ବ୍ୟବହାର ପାଇଁ ୬ଟି ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ଯାହା ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ସଂଗ୍ରହ କରି ରୋଗୀଙ୍କୁ ଯୋଗାଇବାରେ ସକ୍ଷମ ହେବ । ଏହା ସହିତ ୩୦ ଟି ଅମ୍ଳଜାନ ସିଲିଣ୍ଡର ମଧ୍ୟ ଆସିଥିବା ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି । ତେବେଏହା ଆଗାମୀ କିଛି ଦିନ ମଧ୍ୟରେ କାର୍ୟ୍ୟକାରୀ ହେବ। ଯଦି କୌଣସି କୋରୋନା ପୀଡିତ ରୋଗୀ ଘରେ ଥାଇ ଚିକିତ୍ସା କରୁଥାନ୍ତି ଏବଂ ଅମ୍ଳଜାନର ଆବଶ୍ୟକ ହେଲେ ପ୍ରକାଶ ଚନ୍ଦ୍ର ତରିଆ (୯୦୯୦୦୮୨୪୧୧) ଏବଂ ସୌମ୍ୟରଞ୍ଜନ ମିଶ୍ର (୭୦୦୮୭୧୬୧୮୯)ଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି ।

jayashree
Leave A Reply

Your email address will not be published.