csstore

ମା’ ମାହେଶ୍ୱରୀ ସେନା ତରଫରୁ ଶୁଖିଲା ଖାଦ୍ୟ ସହ ରାସନ୍‌ ସାମାଗ୍ରୀ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଭିଟାମାଟି ଛାଡିି ପେଟ ପାଟଣା ପାଇଁ ଗଣ୍ଡେ ଖାଇବା ଲାଗି ରୋଜଗାର ପାଇଁ ଆସିଥିବା ଅସହାୟ ପ୍ରବାସୀମାନେ କରୋନା ଯୋଗୁଁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଜାରି ରହିଥିବା କାରଣରୁ ବଲାଙ୍ଗିର ଜିଲ୍ଲା ଛତାମଖନା ଛକ, ଧୁବାଉଡାର ଏବଂ ତୁଷୁରାର ମହିପୁର ଠାରେ ମୁଠେ ଖାଇବା ପାଇଁ ନପାଇ ବହୁତ୍‌ ଅସୁବିଧାରେ ରହୁଛନ୍ତି ବୋଲି ମା’ ମାହେଶ୍ୱରୀ ସଂଗଠନ ଖବର ପାଇବା ପରେ ଅସହାୟ ପ୍ରବାସୀ ମାନଙ୍କ ପାଇଁ ମା’ ମାହେଶ୍ୱରୀ ସେନା ତରଫର କିଛି ଦିନର ରାସନ୍‌ ସାମାଗ୍ରୀ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଥିଲା । ଏଥିରେ ସୁରେଶ କମ୍ପ, ଥିର କର୍ମୀ, ବଲିଆର୍‌ ସିଂ ବସ୍ତିଆ, ସୋମନାଥ ପ୍ରଧାନ, ଗଙ୍ଗାଧର ମନହିରା, ଚମ୍ପେଶ୍ୱର କର୍ମୀ, ଭିକୁ କମ୍ପ, କୈଳାଶ ଖଣ୍ଡଗିରି, ଗୁଣନିଧି ମହାକୁର, ମନୁ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.