pakka

କାଲସାଏପାଲିରେ ହନୁମାନ ମନ୍ଦିରର ରତ୍ନମୁଦ ସ୍ଥାପନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କାଲସାଏପାଲିରେ ଆଜି ମହାବିଷୁବ ସଂକ୍ରାନ୍ତି ତଥା ରାମଭକ୍ତ ହନୁମାନଙ୍କ ଜନ୍ମତିଥିରେ ହନୁମାନ ମନ୍ଦିରର ରତ୍ନମୁଦ ସ୍ଥାପନ ହୋଇଯାଇଛି । ଏହି ଅବସରରେ ଆଖପାଖର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ କାଲସାଏପାଲି ଉତ୍ସବମୁଖର ହୋଇଉଠିଛି । ବଜରଙ୍ଗଲିଙ୍କ ମନ୍ଦିରର ରତ୍ନମୁଦ ସ୍ଥାପନ ଉପଲକ୍ଷେ ଗତକାଲିଠାରୁ ଆରମ୍ଭ ହୋଇଛି ଅଷ୍ଟପ୍ରହରୀ ନାମଯଜ୍ଞ । ଆସନ୍ତାକାଲି ଏହାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ତେବେ ନାମଯଜ୍ଞ ସହ ହରିବୋଲ ହୁଳହୁଳିରେ କାଲସାଏପାଲିରେ ବିଶେଷ ଆଧ୍ୟାତ୍ମିକ ପରିବେଶ ଆଜି ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!