jsm

ମାକ୍ରିପଡ଼ା ଯୁବଗୋଷ୍ଠି ଦ୍ୱାରା ମାଗଣା ଶୁଦ୍ଧଜଳ ସେବା

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞରେ ଲାୟନ୍ସ ୟୁଥ୍ ଆସୋସିଏସନ୍ ଦ୍ୱାରା ଯଜ୍ଞରେ ଆସିଥିବା ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମାଗଣା ଶୁଦ୍ଧ ଥଣ୍ଡାଜଳ ସେବା କରାଯାଇଥିଲା । ଜଳ ହିଁ ଜୀବନ ମାନବ ସେବା ହିଁ ମାଧବ ସେବାର ଆକ୍ଷରିକ ପାଳନ କରିବାକୁ ପୂର୍ଣ୍ଣ ଚେଷ୍ଟା କରାଯାଇଥିଲା ଏବଂ ଏହା ସଫଳ ହେବା ସଙ୍ଗେ ସଙ୍ଗେ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା । ଲାୟନ୍ସ ୟୁଥ୍ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ତଥା ଉପସଭାପତି ତୁଲାରାମ ଛତର, ବିଶିକେଶନ୍ ଯୁଗ୍ନିଆ, ଯୁଜେଷ୍ଟି ଯୁଗ୍ନିଆ, ପିତାମ୍ବର ବଗର୍ତ୍ତୀ, ଚତୁର୍ଭୁଜ ଛତର, କ୍ଷମା ଯୁଗ୍ନିଆ, ଭବସିନ୍ଧୁ ଯୁଗ୍ନିଆ, ହମିତ୍ ଭୋଇଙ୍କୁ ଅଞ୍ଚଳବାସୀ ଧନ୍ୟବାଦ୍‌ ଦେଇ ଆଗକୁ ଏହିପରି ମହତ୍ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥିଲେ ।

yuvodaya
Leave A Reply

Your email address will not be published.