pakka

ନିଷାନ୍ ସାହିତ୍ୟ ସଂସଦର ଚଳିତ ବର୍ଷର ପ୍ରଥମ ଅଠାରି କବିତା ଆସର ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷର ପ୍ରଥମ ଅଠାରି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ଆଲୋଚନାଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରାଜମଣି ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ସୋମନାଥ ମିଶ୍ର ଓ ସମ୍ମାନିତ ଅତିଥି ଭାବେ କବୟିତ୍ରୀ ତଥା କଣ୍ଠଶିଳ୍ପୀ ତୃପ୍ତିମୟୀ ତ୍ରିପାଠୀ ଯୋଗଦେଇ ନିଷାନ୍ କୁଟୁମ୍‌ର ଏଭଳି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ପଣା ସଂକ୍ରାନ୍ତି ଉପରେ ଉପସ୍ଥିତ କବି, କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଜ୍ୟୋତି ରାଣୀ ମିଶ୍ର, ପଦ୍ମାବତୀ ଆଚାର୍ଯ୍ୟ, ଗୋପୀକୃଷ୍ଣ ପାଣ୍ଡିଆ, ସୁଦାମ ପୁଟେଲ, ନାରାୟଣ ଦଣ୍ଡସେନା, ସତ୍ୟନାରାୟଣ ମିଶ୍ର, ନିର୍ମଳ ନାୟକ, କୃଷ୍ଣେନ୍ଦୁ ହୋତା, ଅନିଲ ପଣ୍ଡା, ସନ୍ତୋଷ କୁମାର ବେହେରା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ଜୟରାମ ବରିହା, ସଂଯୁକ୍ତା ପରିଚ୍ଛା, ଶ୍ରାବଣୀ, ଭକ୍ତବନ୍ଧୁ ସାହୁ, ଚନ୍ଦନା ମଞ୍ଜରୀ ତ୍ରିପାଠୀ, ଦୀପଶିଖା, ସହଦେବ ମେହେର, ଚିନ୍ମୟ ଶାହା, ସୁରେଶ ବାରିକ, ସୁବଳ ସାହୁ, ଅମିତ ଭୁଏ, ଆର୍.ପୁଷ୍ପାଞ୍ଜଳି ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଶେଷରେ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!