pakka

ଚକରକେନ୍ଦ +୩ ଏସ୍‌କେବିବିଏମ୍‌ ବିଦ୍ୟାଳୟରେ ରକ୍ତଦାନ ଶିବିର

bbehera

ବରଗଡ, (ନିରୋଜ କୁମାର ପାଣୀ) : ସନ୍ଥ କବି ଭୀମ ଭୋଇ ମହିମା +୩ ମହାବିଦ୍ୟାଳୟଠାରେ, କଲେଜ ରେଡକ୍ରସ୍ ୟୁନିଟ ଆୟୋଜନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିନ୍ସିପାଲ କାର୍ତ୍ତିକେୟ ସଥୁଆ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମ୍ବିଦ ଆଚାର୍ଯ୍ୟ, ରବିଶଙ୍କର ପ୍ରଧାନ, ଅଧ୍ୟାପକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ସ୍ଥାନୀୟ ଚକରକେନ୍ଦ ସରପଞ୍ଚ ଉପସ୍ଥିତ ଥିଲେ । ବରଗଡ଼ ବ୍ଲଡ଼ ବ୍ୟାଙ୍କ ଉପସ୍ଥିତ ରହି ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରେଡକ୍ରସ୍ କାଉନସିଲର ଅଧ୍ୟାପକ ସୁଶିଲ ବାରିକ, ଖଗେଶ୍ୱର ଭୋଇ, ରାଜୀବ ବାରିକ, ରାଜଲକ୍ଷ୍ମୀ ବାରିକ, ହରିବୋଲ ପ୍ରଧାନ, ଅଙ୍କିତ ଦାସ, ପଦ୍ମାଳୟା ପ୍ରଧାନ ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ ଏବଂ ଏହି ଶିବିରରେ ସ୍ଵଇଚ୍ଛାରେ ରକ୍ତଦାନ କରିଥିଲେ । ବିକାଶ ମେହେର, ରିଙ୍କୁ ସାହୁ, ଜ୍ୟୋତିର୍ମୟୀ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ନେଇଥିଲେ ।

jay balangir
Leave A Reply

Your email address will not be published.

two × four =

error: Content is protected !!