csstore

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ଜଣାଶୁଣା ବ୍ୟକ୍ତି ସ୍ୱର୍ଗତ ରାମ ପ୍ରସାଦ ସୁନ୍ଦର ତ୍ରିବେଦୀଙ୍କ ଧର୍ମପତ୍ନୀ ରାମ କିଶୋରୀ ତ୍ରିବେଦୀଙ୍କ ୯୪ ବର୍ଷ ବୟସରେ ଗୁରୁବାର ସକାଳ ୧୧ ଘଟିକାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ଓକିଲ ମନୋଜ ତ୍ରିବେଦୀ, ଶ୍ରୀମୋହନ ତ୍ରିବେଦୀ ୪ ବହୁ ଓ ୪ ଝିଅ ଜ୍ୱାଇଁ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆସନ୍ତା ଶୁକ୍ରବାର ଦିନ ପାଇକମାଲ ଶ୍ମଶାନ ଘାଟରେ ଶେଷକୃତ କରାଯିବ ବୋଲି ବଡ ପୁଅ ଜଗ ମୋହନ ତ୍ରିବେଦୀ ଜଣାଇଛନ୍ତି । ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ବିଜୟା ନନ୍ଦ ପଟ୍ଟନାୟକ, ବିଜୟ କୁମାର ସ୍ୱାଇଁ, ସରୋଜ ସାମଲ, ଅନିଲ କାଲିଆ, ଦିଲ୍ଲିପ ଅଗ୍ରୱାଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପାଇକମାଲ ମୁଖ୍ୟଛକଠାରେ ଥିବା ତାଙ୍କର ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.