csstore

ବଡଗମଡା ଗାଁରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ପ୍ରତିଷ୍ଠା ଦିବସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ଅନ୍ତର୍ଗତ ବଡ଼ଗମଡା ଗ୍ରାମରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆରାଧ୍ୟ ଦେବୀ ମା’ ଜାଡେନଙ୍କ ପୀଠଠାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ପରେ ଦ୍ୱାରସେନୀ ଗୁଡି ସମ୍ମୁଖରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ସଭାପତିତ୍ୱରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । କନ୍ଧ ସହିଦ ବୀର ରେଣ୍ଡୋ ମାଝୀଙ୍କ ଫଟୋଚିତ୍ରରେ ସଭା ସ୍ଥଳରେ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲା ସମ୍ପାଦକ ଡିଙ୍ଗର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଜମିର ସୁରକ୍ଷା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ଧନେଶ୍ୱର ମାଝୀ, ଖୁସିରାମ ଜାନୀ, ପ୍ରଦୀପ ମାଝୀ, ଲାଲୁ ମାଝୀ, ପ୍ରଭାତ କିରଣ ଭୋଇ, ନିରଞ୍ଜନ ମାଝୀ, ଗଣେଶ୍ୱର ମାଝୀ, ସେବତୀ ଭୋଇ, ଯୁବରାଜ ମାଝୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଭାପତି ସୁରେଶ ଭୋଇ, ଉପସଭାପତି ଧନେଶ୍ୱର ମାଝୀ, ସଇଁନ୍ତଲା ବ୍ଲକ ସମ୍ପାଦକ ଖୁସିରାମ ଜାନୀ, ସେବତୀ ଭୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର କାର୍ଯ୍ୟକର୍ତ୍ତା ପୁନଃ ନିର୍ବାଚନ, ସଙ୍ଗଠନର ସୁଦୃଢ଼ତା, କନ୍ଧ ସମାଜର ରୀତିନୀତି, ସଂସ୍କୃତି, ଜଳ, ଜଙ୍ଗଲ, ଜମି ସୁରକ୍ଷା ପାଇଁ ଏକଜୁଟ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ବୈଠକରେ ସଂଗଠନର ଜିଲ୍ଲା କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର, ସଂଯୋଜକ ଦୈତାରି ଭୋଇ, ସଂକୀର୍ତ୍ତନ ଶିକା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, କନ୍ଧ ସମାଜ ସଭାପତି ଲଳିତ ଜାନୀ, ଆର୍ତ୍ତତ୍ରାଣ ଭୋଇ, ଗୁଡ଼ଭେଲା ସଭାପତି ଚିତ୍ରସେନ ଭୋଇ, ସମ୍ପାଦକ ମନୋହର ଭୋଇ, ତୁରେକେଲା ବ୍ଲକ ସମ୍ପାଦକ ଜୟ ଗୋପାଳ ଭୋଇ, ସନ୍ୟାସୀ ଭୋଇ, ସୌମିତ୍ରୀ ଭୋଇ, ମୁରିବାହାଲ ବ୍ଲକ ସଭାପତି ଗୋପାଳ ସିଂ ଭୋଇ, ବାସୁଦେବ ଜାନୀ, ମୋତିରାମ ଭୋଇ, ସୌମିତ୍ରି ଭୋଇଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମ୍ୟ ସଭାପତି ରତ୍ନାକର ଭୋଇ, କୁଞ୍ଜ ବିହାରୀ ଭୋଇ, ପ୍ରକାଶ ଭୋଇ, ଭୁବନେଶ୍ୱର ଭୋଇ, କୁମର ଭୋଇ, ଜଦୁ ଭୋଇ, ହୃଦା ଭୋଇ, ସନ୍ତୋଷ ଭୋଇ, ଲାଇବାନ ଭୋଇ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.