pakka

୨୬୭ ବୋତଲ କପ୍‌ ସିରଫ୍‌ ଜବତ ସହ ଜଣେ ଗିରଫ ଓ କୋର୍ଟ ଚାଲାଣ

bbehera

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ତମିଆ ଗାଁରେ ଚଢ଼ାଉ କରି ୨୬୭ ବୋତଲ କପ୍‌ ସିରଫ୍‌ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ଅଧିକାରୀ ଏସ୍‌ଏନ୍‌ ଦାଶ ଓ ମୋବାଇଲ ଅଧିକାରୀ ମଞ୍ଜୁଲତା ପଟ୍ଟନାୟକଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ଓ ଜିଲ୍ଲା ମୋବାଇଲ ଟିମ୍‌ ମିଳିତ ଭାବେ ସଦଳବଳେ ତମିଆଁ ଗାଁରେ ଥିବା ହନୁମାନ ଛକରେ ଚଢ଼ାଉ କରିଥିଲେ । ସେଠାରେ ସୁମିତ ରଣା ନାମକ ଜଣେ ଯୁବକ ସନ୍ଦେହଜନକ ଭାବରେ ବସିଥିବା ଦେଖି ତାଙ୍କୁ ପଚରାଉଚରା କରୁଥିବା ବେଳେ ସେ ଭୟଭୀତ ହୋଇ ପଡିଥିବାରୁ ତାଙ୍କ ଉପରେ ଆହୁରି ସନ୍ଦେହ ଜାତ ହୋଇଥିଲା । ଫଳରେ ଅବକାରୀ ଟିମ୍‌ ତାଙ୍କୁ ଆହୁରି ପଚରାଉଚୁରା କରିଥିଲେ ଓ ତାଙ୍କ ନିକଟରେ ଥିବା ଏକ ଜରି ବସ୍ତାରୁ ୨୬୭ ଗୋଟି ଏସ୍‌କପ୍‌ କପ୍‌ ସିରଫ୍‌ ଜବତ କରି ପାଟଣାଗଡ଼ ଅବକାରୀ ବିଭାଗର ଅଫିସକୁ ଆଣି ଅଧିକ ପଚରାଉଚରା କରି ଅଭିଯୁକ୍ତ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗର ଶ୍ରୀମତୀ ଗୀତାଞ୍ଜଳି କୁମ୍ଭାର, ବୁଲୁ ସେଠୀ, ମୋତିଲାଲ ସାଗର, ଜିତେନ୍ଦ୍ର ଭୋଇ, ଗଣପତି ମାଝୀ, ହରିଶ କୁମାର ପଟେଲ, ଆଶିଷ ବାଗ, ବିନୟ ପଟେଲ, ଭୀଷ୍ମୟ ଗଡତିଆ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seventeen − eleven =

error: Content is protected !!