ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରରେ ରବିବାର ପୁରୁଣାକଟକ ପୁଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି ।ପୁରୁଣାକଟକ ଥାନା ଅଧିକାରୀ ଜୋସ୍ନା କାଉଁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଏସ.ପି ପ୍ରହଲ୍ଲାଦ ସାହାଇ ମୀନା, ଆର.ଆଇ ମଧୁସୂଦନ ମହାପାତ୍ର ଯୋଗ ଦେଇଥିଲେ । ପୁରୁଣାକଟକ ପୁଲିସ, ପୁରୁଣାକଟକ ଏବଂ ଆଡେଣିଗଡ଼ ଆଇ.ଆର.ବି ପୁଲିସ ଏବଂ ସ୍ବେଛାସେବୀଙ୍କ ଦ୍ୱାରା ୭୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଏସ.ଆଇ ତୁଳାରାମ ମହାନନ୍ଦିଆ, ଏ.ଏସ.ଆଇ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସହ ସମସ୍ତ ଥାନା କର୍ମଚାରୀ ସହଯୋଗ କରିଥିଲେ ।
Prev Post
Next Post