pakka

ନିଷ୍ଠା ପରିବାର ତରଫରୁ ରକ୍ତଦାନ ସଚେତନତା ପାଇଁ ବାଇକ ରାଲି

l2

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲାର ଅଗ୍ରଣୀ ସମାଜିକ ସଂଗଠନ ନିଷ୍ଠା ପରିବାର ପାଳନ କରିବାକୁ ଯାଉଛି ତାର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ । ଏହି ଉପଲକ୍ଷେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୋଟର ସାଇକଲ ରେଲିର ଆୟୋଜନ କରାଯାଇଥିଲା ।

ଏହି ରାଲିରେ ନିଷ୍ଠା ପରିବାରର ପ୍ରାୟ ଦୁଇ ଶହ ମୋଟର ସାଇକଲ ସାମିଲ ହୋଇଥିଲେ । ରେଲିଟି ନିଷ୍ଠା ଭବନରୁ ଆରମ୍ଭ ହୋଇ ବରଗଡ଼ ସହର ପରିକ୍ରମା କରି ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ରାଲିକୁ ନିଷ୍ଠା ପରିବାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ ଓ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ପରିଚାଳନା କରିଥିଲେ । ବାଇକ ରାଲିରେ ଯୋଗଦାନ ତଥା ସହଯୋଗ କରିଥିବା ସମସ୍ତ ଆରୋହି, ପୋଲିସ ପ୍ରଶାସନ, ସାମ୍ବାଦିକ ବନ୍ଧୁଗଣ ଏବଂ ଜନସାଧାରଣଙ୍କୁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

pp
Leave A Reply

Your email address will not be published.

12 − 5 =