pakka

ବିଶ୍ୱ ରେଡକ୍ରସ ଦିବସରେ ରକ୍ତଦାନ ଶିବିର

bbehera

କଂଟାବାଂଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ଆଜି ବିଶ୍ୱ ରେଡକ୍ରସ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସ ସୋସାଇଟି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ମହାପାତ୍ର, ସମାଜସେବୀ ଅଜୟ ଦାସ ଓ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ଆଦି ଅତିଥି ମାନଙ୍କ ଗହଣରେ ଡାକ୍ତରଖାନାରେ ଥିବା ରୋଗୀ ମାନଙ୍କୁ ପାଉଁରୁଟି, ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଥିଲା । ତାପରେ ରୂପାଲି ଜୈନ, ଜୁନିୟର ରେଡକ୍ରସ ସଭ୍ୟ ରାଜେନ୍ଦ୍ର ଦୋରା, ସମ୍ବାଦିକ ତୁଳସୀ ମହତ, ଫକୀର ପୁଟେଲ, ରାଜେନ୍ଦ୍ର ତାଣ୍ଡି ଆଦି ରକ୍ତ ଦେଇଥିଲେ । ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଦେବା ତଥା ରକ୍ତ ଦେବାକୁ ଲୋକଙ୍କୁ ମନେଇବା ସହିତ ରକ୍ତ ଦେଉଥିବା ରକ୍ତ ନାୟକ ସଂଗ୍ରାମ ତ୍ରିପାଠୀ, ଦୁର୍ଗା ତାଣ୍ଡି ଓ ପ୍ରଶାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରର ଆୟୋଜନରେ ମାଝିପଡା ପ୍ରାଥମିକ ବିଦ୍ୟାଳୟ ଓ ନିର୍ଝରିଣୀ କଣ୍ଟାବାଞ୍ଜି ସହଯୋଗ କରିଥିଲେ ।ସମାଜସେବୀ ଆଶିଷ ଜୈନ, ଥମିର ଛତ୍ରିଆ, ସଂଗ୍ରାମ ତ୍ରିପାଠୀ, ଶିବ ସାହୁ, କୁନାଲ ଦାସ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା ଆଦି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

six + seven =