ନଳକୂପକୁ ପାଣି ନେବାକୁ ଆସୁଥିବା ବେଳେ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ଥାନା ବିରମହାରାଜପୁର-ସମ୍ବଲପୁର ରାସ୍ତାର ମହଦା ଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମହଦା ଗାଁର ୬୨ ବର୍ଷିୟା କଳାବତୀ ଭୋଇ ଗାଁ ନଳକୂପକୁ ପାଣି ନେଇ ଆସୁଥିବା ବେଳେ ବିରମହାରାଜପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଆରୋହୀ ବୃଦ୍ଧାଙ୍କୁ ଧକ୍କା ଦେଇଥିଲେ । ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା । ବାଇକ ଆରୋହୀ ମଧ୍ୟ ବାଇକରୁ ଛିଟିକି ପଡ଼ିଥିଲେ । ତାଙ୍କ ଅବସ୍ଥା ମଧ ଗୁରୁତର ହେବାରୁ ସୋନେପୁର ଜିଲ୍ଲା ଡାକ୍ତରଖାନରେ ଭର୍ତ୍ତି କାରାଯାଇଛି । ତାଙ୍କ ନାଁ ପଦ୍ମନ ପ୍ରଧାନ ଲିମ୍ବପାଲି ଗାଁର ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଘଟଣା ସ୍ଥଳରେ ବିରାମହାରାଜପୁର ଆଇଆଇସି, ଏସଡିପିଓ ଓ ଏମଭିଆଇ ପହଞ୍ଚି ଲୋକଙ୍କୁ ବୁଜାସୁଝା କରିଚଥିଲେ । ମୃତକ ପରିବାରକୁ କ୍ଷତି ପୂରଣ ଦାବୀ କରିଛନ୍ତି ଗାଁ ଲୋକେ ।

Leave A Reply

Your email address will not be published.

2 × five =