
ରାଉରକେଲାରେ ମହାପ୍ରଭୁ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର – ୪ କମ୍ୟୁନିଟି ସେଣ୍ଟର ପରିସରରେ ମହାପ୍ରଭୁ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସେକ୍ଟର – ୪ କମ୍ୟୁନିଟି ସେଣ୍ଟର ଦ୍ଵାରା ଆୟୋଜିତ ଏ ମହୋତ୍ସବ ଅବସରରେ ଗୋ-ପୂଜନ, ପୂଜ୍ୟପୂଜା ଅନ୍ତର୍ଗତ ବହୁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରିବାସହ ରାକ୍ଷୀ ବନ୍ଧନ କରାଯାଇଛି । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିବା ସହ ମହାପ୍ରଭୁ ବଳଭଦ୍ରଙ୍କୁ ବନ୍ଦନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଗୋ-ପୂଜନ, ମାଲ୍ୟାର୍ପଣ ସହ ଗୋମାତାଙ୍କୁ ଫଳ ଖୁଆଇଥିଲେ । ଏହା ପରେ ନିଶୁଳ୍କ ଯୋଗ ଶିକ୍ଷାକେନ୍ଦ୍ରର ଶିକ୍ଷାର୍ଥୀନୀମାନ ମୁଖ୍ୟଅତିଥି ଏବଂ ଉପସ୍ଥିତ ସମସ୍ତ ବରିଷ୍ଠ ସଦସ୍ୟମାନଙ୍କୁ ରାକ୍ଷୀ ବନ୍ଧନ କରିବା ସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲ । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏ ଉତ୍ସବର ଉପାଦେୟତା ଓ ଆବଶ୍ୟକତା ଉପରେ ସଂକ୍ଷିପ୍ତ ଆଲୋକପାତ କରିଥିଲେ । ଉପସ୍ଥିତ ବରେଣ୍ୟ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, ଯୋଗଗୁଋ ନରେନ୍ଦ୍ର ବେହେରା, ଭାରତୀୟ ଡାକ ବିଭାଗର ଅବସରପ୍ରାପ୍ତ ଲୋକସମ୍ପର୍କ ନିରିକ୍ଷକ ଅନିରୁଦ୍ଧ ବିଶ୍ୱାଳ ସଂକ୍ଷିପ୍ତ ଅଭିଭାଷଣ ପ୍ରସଙ୍ଗରେ ଅବକ୍ଷୟମୁଖୀ ସନାତନୀ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର, ସାମାଜିକ ମୂଲ୍ୟବୋଧ ଏବଂ ଦାୟୀତ୍ୱ ନିର୍ବାହ ଉଦ୍ଦେଶ୍ୟରେ କମ୍ୟୁନିଟି ସେଣ୍ଟର, ସେକ୍ଟର-୪ର ଏ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ପରିଶେଷରେ, କମ୍ୟୁନିଟି ସେଣ୍ଟରର ସଭାପତି ରାମଚନ୍ଦ୍ର ଗୌଡ ନିଜର ବକ୍ତବ୍ୟ ରଖିବାସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଭବିଷ୍ୟତରେ ଏପରି ସହଯୋଗ କାମନା କରିଥିଲେ । ଆଜିର ଏ ଉତ୍ସବର ସଫଳ ରୂପାୟନ ପାଇଁ ସଭାପତି ରାମଚନ୍ଦ୍ର ଗୌଡ଼, ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ଶତପଥୀ, ଅନିରୁଦ୍ଧ ବିଶ୍ୱାଳ, ନୀଳମଣି ଜେନା, ଝାସ ମୋହନ ପୋଢ, ରଞ୍ଜିତ ପୁରୋହିତ, ଅମୀୟ ଜେନା, ଭ୍ରମରବର ପଟେଲ, ସୁକଦେବ ବନଛୋର, ବେନଡିକ୍ଟ ତିର୍କି, ଶଶଧର ପାତ୍ର,ଯୋଗ ଗୁଋମା’ ତପସ୍ଵିନୀ ସାହୁ, ଅମୀୟଲତା ସାହୁ, ସୁଶ୍ରୀ ସଂଗୀତା ମିଶ୍ର, ମମତା ରାଉତ, ହୃଷିକେଶ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।