jayashree

ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ପରିସରରେ ମଙ୍ଗଳବାର ଏକ ଆତ୍ମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ବ୍ୟକ୍ତିତ୍ୱ ବିକାଶର ଭାବନା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ସଂଯୋଜିକା ସହକାରୀ ପ୍ରଫେସର ବନ୍ଦନା ବାର ଉପସ୍ଥିତ ରହି ଶିବିରର ପରିଚାଳନା ଦାୟିତ୍ୱ ସମ୍ପାଦନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୌତୁକ ପନ୍ଦର ଛାତ୍ରୀମାନଙ୍କୁ ଉତ୍ସାହିତ କରି ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନିଜକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗ ମୁଖ୍ୟ ଏଲ୍.ଟି. କୁଶ କହଁର ଓ ଅର୍ଥନୀତି ଅଧ୍ୟାପକ ତେଜରାଜ ହରପାଲଙ୍କ ସମେତ ଯୁକ୍ତ ତିନି ବର୍ଷର ବହୁ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିବିରରେ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି, ନିଜ କ୍ଷମତା ଚିହ୍ନଟ ଓ ସଶକ୍ତୀକରଣ ସମ୍ପର୍କିତ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶିବିରଟି ଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତନ ଓ ଆତ୍ମନିର୍ଭରତା ବିକାଶରେ ସହାୟକ ହୋଇଥିଲା ।

Leave A Reply

Your email address will not be published.