pakka

ଆସନ୍ତା ଦୁଇଦିନ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ

bbehera

ଭୁବନେଶ୍ୱର : ତାତିରୁ ମିଳିବନି ତ୍ରାହି । ଆଜି ବି ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ତେବେ ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ ଖରା ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ପୁଣି ଥରେ ଆହୁରି ତାପମାତ୍ରା ବଢ଼ିବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ରାଜ୍ୟର ୩୦ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା । ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ।

Leave A Reply

Your email address will not be published.

sixteen − nine =