pakka

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ ଉତ୍ସବ ପରିଚାଳନା ସମିତିର ସଭାପତି ରୂପଧର ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଆରତୀ ଭୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗିର ଯୋଗଦାନ କରିଥିଲେ ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ଯୋଗଦାନ କରିଥିଲେ । ସମ୍ପାଦକ ସୂର୍ଯ୍ୟମଣି ମେହେର ଅତିଥି ଅଧିକାରୀମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ପରିଚାଳନା ସମିତିର ଉପସଭାପତି କ୍ଷେତ୍ରବାସୀ ଭୋଇ, ସହସମ୍ପାଦକ ରବିଚନ୍ଦ୍ର ଧାରୁଆ, କୋଷାଧ୍ୟକ୍ଷ ଲମ୍ବୋଦର ପଟେଲ, ସଦସ୍ୟା ଶ୍ରୀମତୀ ଦୁଲ୍ଲଣି ମେହେର, ଶ୍ରୀମତୀ ସସ୍ମିତା ରାୟ ଓ ପୂର୍ବତନ ସଭାପତି ଲୋକନାଥ କୁମୁରା ଉପସ୍ଥିତ ଥିଲେ । ଶିଶୁମନ୍ଦିର ଆଚାର୍ଯ୍ୟ ହିମାଂଶୁ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ମହୋଦୟ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଶିଶୁମନ୍ଦିରର ଶିଶୁମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଓ ସେବୀକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

1 × 4 =