pakka

ରାଉରକେଲା ସାହିତ୍ୟ ସଂସଦ ଗଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ନୂତନ କରି ସୃଷ୍ଟି ହୋଇଥିବା ‘ରାଉରକେଲା ସାହିତ୍ୟ ସଂସଦ’ର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଉଦ୍‌ଘାଟକ, ଅନ୍ୟତମ ଉଦ୍‌ଘାଟକ ଅନୀଲ କୁମାର ଦାଶ ଯୋଗଦେଇ ସଂସଦର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସଂସଦର ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ନୂତନ ସଭାପତି ଭାବେ ବିଜୟ କୁମାର ସାହୁ, ସାଧାରଣ ସମ୍ପାଦିକା ଭାବେ ନିରୁପମା ପତି, ଉପସଭାପତି ଭାବେ ରମେଶ ଚନ୍ଦ୍ର ବାରିକ ଓ ଅନୀଲ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଭାବେ ଡ. ସୁଚିତ୍ରା ମହାନ୍ତି, ସହସମ୍ପାଦକ ଭାବେ କନକଲତା ମିଶ୍ର, ସାଂସ୍କୃତିକ ସମ୍ପାଦକ ଭାବେ ଜ୍ୟୋତିମୟ ଆଚାର୍ଯ୍ୟ, ରାଜ୍ୟ ସଂଯୋଜକ ଭାବେ ନିରଞ୍ଜନ କରଣ, ପ୍ରଚାର ଓ ପ୍ରସାର ସମ୍ପାଦକ ଭାବେ ମହେନ୍ଦ୍ର କୁମାର ମିଶ୍ର, ସାମାଜିକ ଉନ୍ନୟନ ମୂଳକ ସମ୍ପାଦକ ସୌମ୍ୟ ପ୍ରସାଦ ନନ୍ଦ ଏବଂ କାର୍ଯ୍ୟକାରୀ ସଭ୍ୟ ଭାବରେ ଗୌତମ ଦାସ, ବସନ୍ତ ବିଶ୍ୱକର୍ମା, ଗୀତାରାଣୀ ବେହେରା, ନାରାୟଣ ସ୍ୱାଇଁ ପ୍ରମୁଖଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଶେଷରେ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ । ଶିକ୍ଷୟିତ୍ରୀ ବାସନ୍ତୀ ପୃଷେଠ୍, ସୁନୀତା ମହାନ୍ତି, ମୀନକେତନ ପଶାୟତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 + eight =